Categories: ଖେଳ

କିଙ୍ଗ କୋହଲିଙ୍କ ‘ମହାରେକର୍ଡ’ ଭାଙ୍ଗିଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୭।୧୦: ଗ୍ବାଲିଅରରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି -୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ଏକ ଚମତ୍କାର ଇନିଂସ ଖେଳିଥିଲେ। ହାର୍ଦ୍ଦିକଙ୍କ ଚମତ୍କାର ଇନିଂସ ଯୋଗୁଁ ଟିମ ଇଣ୍ଡିଆ ମାତ୍ର ୧୧.୫ ଓଭରରେ ଏକପାଖିଆ ବିଜୟ ହାସଲ କରିଛି। ଭାରତୀୟ ଅଲରାଉଣ୍ଡର ବାଂଲାଦେଶ ବିପକ୍ଷ ମ୍ୟାଚକୁ ଛକା ମାରି ଶେଷ କରିଥିଲେ। ଛକା ମାରି ସେ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିଥିଲେ।
ନ୍ୟୁ ମାଧବରାଓ ସିନ୍ଧିଆ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ହାର୍ଦ୍ଦିକ ଟିମ ଇଣ୍ଡିଆ ପାଇଁ ୩୯* ରନ ସଂଗ୍ରହ କରି ୧୬ ବଲରେ ୫ ଚୌକା ଓ ୨ ଛକା କରିଥିଲେ। ଏହି ସମୟ ମଧ୍ୟରେ ସେ ଟିମ ଇଣ୍ଡିଆକୁ ଛକା ମାରି ବିଜୟ ଆଡକୁ ଆଗେଇ ନେଇଥିଲେ, ଯେଉଁଥିରେ ସେ ଟି -୨୦ ଇଣ୍ଟରନ୍ୟାସନାଲରେ ସର୍ବାଧିକ ଥର ି ଛକା ମାରି ଭାରତକୁ ବିଜୟରେ ପହଞ୍ଚାଇଥିଲେ।
ହାର୍ଦ୍ଦିକ ଟିମ ଇଣ୍ଡିଆକୁ ଟି-୨୦ ଇଣ୍ଟରନ୍ୟାସନାଲରେ ୫ଥର ଛକା ମାରି ବିଜୟୀ କରିଛନ୍ତି। ଯେଉଁଠାରେ ବିରାଟ କୋହଲି ୪ ଥର ଏହା କରିଛନ୍ତି। ଏହିପରି ହାର୍ଦ୍ଦିକ କିଙ୍ଗ କୋହଲିଙ୍କ ମହାନ ରେକର୍ଡ ଭାଙ୍ଗିଥିଲେ। ଏହି ତାଲିକାରେ ପୂର୍ବତନ ଅଧିନାୟକ ଏମଏସ ଧୋନି ଏବଂ ବର୍ତ୍ତମାନର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ମଧ୍ୟ ଉପସ୍ଥିତ ଅଛନ୍ତି। ଭାରତ ପାଇଁ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ ଶେଷ କରି ଉଭୟ ବ୍ୟାଟ୍ସମ୍ୟାନ ୩-୩ଥର ଛକା ମାରିଥିଲେ।

Share