Categories: ଖେଳ

୧୮ ଲକ୍ଷ ଟଙ୍କାର ଯୋଗ୍ୟ ନୁହନ୍ତି ହାର୍ଦ୍ଦିକ ପାଣ୍ଡ୍ୟା: ଆଇପିଏଲ୍‌ ନିଲାମ ପୂର୍ବରୁ ପୂର୍ବତନ କ୍ରିକେଟର୍‌ କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୪।୧୦: ଆଇପିଏଲ ୨୦୨୫ର ମେଗା ନିଲାମ ପୂର୍ବରୁ ରିଟେସନ୍‌ ନିୟମ ପ୍ରକାଶ ପାଇଛି। ବର୍ତ୍ତମାନ ଗୋଟିଏ ଦଳ ୬ ଜଣ ଖେଳାଳିଙ୍କୁ ବଜାୟ ରଖିବାରେ ସକ୍ଷମ ହେବେ। ଏହି ସମୟରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଟମ ମୁଡିଙ୍କଠାରୁ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଆସିଛି। ମୁଡି ଆଇପିଏଲ ଦଳକୁ କୋଚିଂ ମଧ୍ୟ ଦେଇଛନ୍ତି। ମୁଡି କହିଛନ୍ତି, ପାଣ୍ଡ୍ୟାଙ୍କୁ ୧୮ କୋଟି ଟଙ୍କା ରଖାଯିବ କି ନାହିଁ ତାହା ନିଶ୍ଚିତ ନୁହେଁ। ପାଣ୍ଡ୍ୟା ଗତ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଥିଲେ।

ମିଡିଆ ରିପୋର୍ଟ ଅନୁଯାୟୀ, ଦଳ ୧୮-୧୮ କୋଟି ଟଙ୍କା ମୂଲ୍ୟର ଦୁଇ ଖେଳାଳି, ୧୪-୧୪ କୋଟି ଟଙ୍କା ମୂଲ୍ୟର ଦୁଇ ଖେଳାଳି ଏବଂ ୧୧-୧୧ କୋଟି ଟଙ୍କା ମୂଲ୍ୟର ଦୁଇ ଖେଳାଳିଙ୍କୁ ରଖିପାରିବ। ମୁଡି ଏହି ପ୍ରସଙ୍ଗରେ କହିଛନ୍ତି, ଗତ ସିଜିନ୍‌ରେ ଘଟଣା ଯେପରି ଘଟିଥିଲା, ରୋହିତଙ୍କ ବିଷୟରେ କିଛି କୁହାଯାଇପାରିବ ନାହିଁ। ମୁଁ ଭାବୁଛି ଜଶପ୍ରିତ୍‌ ବୁମ୍‌ରା ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ପ୍ରତ୍ୟେକ ୧୮ କୋଟି ଟଙ୍କା ରଖାଯିବା ଉଚିତ୍‌। ମୁଁ ଭାବୁନାହିଁ ଯେ ପାଣ୍ଡ୍ୟା ଏହି ତାଲିକାରେ ଅନ୍ତର୍ଭୁକ୍ତ ହେବେ।

ମୁଡି କହିଛନ୍ତି, ପାଣ୍ଡ୍ୟାଙ୍କୁ ୧୪ କୋଟି ଟଙ୍କା ମିଳିପାରେ। ଏହା ମଧ୍ୟ ତାଙ୍କ ଫର୍ମ ଏବଂ ଫିଟନେସ ଉପରେ ନିର୍ଭର କରିବ। କିନ୍ତୁ ସେ ୧୮ କୋଟି ଟଙ୍କାର ଯୋଗ୍ୟ ନୁହେଁ।

ସୂଚନାଯୋଗ୍ୟ ଯେ, ଆଇପିଏଲ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କୁ ଅଧିନାୟକତ୍ୱରୁ ହଟାଇ ଦେଇଥିଲା। ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରାଯାଇଥିଲା। ଏହି ସିଜିନ୍‌ରେ ଦଳର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା। ରୋହିତଙ୍କୁ ଅଧିନାୟକ ପଦରୁ ହଟାଇବା ନେଇ ଅନେକ ବିବାଦ ଲାଗି ରହିଥିଲା। ବର୍ତ୍ତମାନ ରୋହିତ ଦଳ ସହ ରହିବେ କି ନାହିଁ ତାହା ଉପରେ କିଛି କୁହାଯାଇପାରିବ ନାହିଁ।

Share