Categories: ଖେଳ

ହାର୍ଦ୍ଦିକଙ୍କୁ ଜରିମାନା

ମୋହଲି,୧୪ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ପଞ୍ଜାବ ବିପକ୍ଷ ମ୍ୟାଚରେ ସ୍ଲୋ ଓଭର ରେଟ୍‌ ପାଇଁ ଗୁଜରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧୨ ଲକ୍ଷ ଟଙ୍କା ଜରିମାନା ହୋଇଛି। ଆଇପିଏଲ୍‌ ମ୍ୟାଚଗୁଡ଼ିକୁ ୩ ଘଣ୍ଟା ଓ ୨୦ ମିନିଟରେ ଶେଷ କରିବା ଲାଗି ସମୟ ଧାର୍ଯ୍ୟ କରାଯାଇଛି। ମାତ୍ର ଚଳିତ ସିଜନରେ ସ୍ଲୋ ଓଭର ରେଟ୍‌ ଏକ ସମସ୍ୟା ଦେଖା ଦେଇଛି। ଆଇପିଏଲ୍‌ ଆଚରଣବିଧିରେ ସ୍ଲୋ ଓଭର ରେଟ୍‌ ପାଇଁ ସମ୍ପୃକ୍ତ ଦଳର ଅଧିନାୟକଙ୍କୁ ଜରିମାନାର ବ୍ୟବସ୍ଥା ରହିଛି। ଗତଥରର ଚାମ୍ପିୟନ ଗୁଜରାଟ ଟାଇଟନ୍ସ ଗୁରୁବାର ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ ୬ ଉଇକେଟରେ ସହଜ ବିଜୟ ହାସଲ କରିଥିଲା।

Share