Posted inଖେଳ

ନେଟ୍ସରେ ବୋଲିଂ କଲେ ହାର୍ଦ୍ଦିକ

ଦୁବାଇ,୨୮।୧୦: ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଚଳିତ ମାସରେ ପ୍ରଥମ ଥର ନେଟ୍ସରେ ବୋଲିଂ କରିଛନ୍ତି। ଏଥିଯୋଗୁ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ତାଙ୍କ ଖେଳିବାର ସମ୍ଭାବନା ବୃଦ୍ଧି ପାଇଛି। କାରଣ ତାଙ୍କର ଉପସ୍ଥିତି ଦଳକୁ ୬ଷ୍ଠ ବୋଲିଂ ବିକଳ୍ପ ଦେଉଛି। ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ଠାରୁ ଶୋଚନୀୟ ପରାଜୟ ବରଣ କରିଥିବା ଟିମ୍‌ ଇଣ୍ଡିଆକୁ ପରବର୍ତ୍ତୀ ମ୍ୟାଚ୍‌ରେ ନିଶ୍ଚିତ ବିଜୟ ଦରକାର। ହାର୍ଦ୍ଦିକ ବୋଲିଂ କରୁ ନ ଥିବାରୁ ଭାରତୀୟ ଦଳର ସନ୍ତୁଳନ ବିଗିଡ଼ି ଯାଇଛି।

ହାର୍ଦ୍ଦିକ ଶେଷ ଥର ଜୁଲାଇରେ ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରେ ବୋଲିଂ କରିଥିଲେ। କିନ୍ତୁ ଆଇପିଏଲର ୟୁଏଇ ଲେଗ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ସେ ଥରେ ହେଲେ ବୋଲିଂ କରି ନ ଥିଲେ। ଏହାବାଦ୍‌ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ତାଙ୍କ କାନ୍ଧରେ ଆଘାତ ଲାଗିଥିଲା। ଫଳରେ ସେ ଫିଲ୍ଡିଂ କରିବାକୁ ଓହ୍ଲାଇ ନ ଥିଲେ।

ବୁଧବାର ଷ୍ଟ୍ରେନ୍ଥ ଓ କଣ୍ଡିସନିଂ କୋଚ୍‌ ସୋହମ ଦେସାଇ ଓ ଫିଜିଓ ନୀତିନ ପଟେଲଙ୍କ ତତ୍ତ୍ୱାବଧାନରେ ହାର୍ଦ୍ଦିକ ଶର୍ଟ ସ୍ପ୍ରିଣ୍ଟ କରିଥିଲେ। ତା’ ପରେ ଭୁବନେଶ୍ୱର କୁମାର ଓ ଶାର୍ଦ୍ଦୁଳ ଠାକୁରଙ୍କ ସହ ମିଶି ୨୦ ମିନିଟ୍‌ ଧରି ବୋଲିଂ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘କିଛି କଟାକ୍ଷ ସମସ୍ତଙ୍କ ଜୀବନର ଅଂଶ’ : ଶ୍ୱଶୁରଙ୍କ ବିରୋଧରେ ମାମଲା ରଦ୍ଦ କଲେ ସୁପ୍ରିମ୍ କୋର୍ଟ

ଭୁବନେଶ୍ୱର,୨୧।୪: ଜଣେ ମହିଳାଙ୍କ ଶ୍ୱଶୁରଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)ର ଧାରା ୪୯୮ଏ ଅନୁଯାୟୀ ହୋଇଥିବା ମାମଲାକୁ ଖାରଜ କରି ସୁପ୍ରିମ୍ କୋର୍ଟ କହିଛନ୍ତି...

CSK ଅବସ୍ଥା ଖରାପ: ଦଳର କ୍ୱାଲିଫାଏକୁ ନେଇ ମୁହଁ ଖୋଲିଲେ ଧୋନୀ

ମୁମ୍ବାଇ,୨୧।୪: ଆଇପିଏଲ ୨୦୨୫ରେ ଚେନ୍ନାଇ ସୁପର କିଙ୍ଗସ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଏକ ଶୋଚନୀୟ ପରାଜୟ ବରଣ କରିଛି। ଏହି ସିଜିନରେ ଚେନ୍ନାଇର ଅବସ୍ଥା ବହୁତ...

ଝାରସୁଗୁଡ଼ାରେ ପଶ୍ଚିମବଙ୍ଗର STF ଟିମ୍‌

ଝାରସୁଗୁଡ଼ା,୨୧।୪: ଝାରସୁଗୁଡ଼ାରେ ପଶ୍ଚିମବଙ୍ଗର ଏକ STF ଟିମ୍‌ ପହଞ୍ଚି ତନାଘନା ଆରମ୍ଭ କରିଛି। ମୁର୍ଶିଦାବାଦ ଦଙ୍ଗା ଘଟଣାରେ STF ଟିମ୍‌ ଏହି ଛାନଭିନ୍‌ କରୁଥିବା ସୂଚନା...

କିଏ ହେବେ ପୋପ ଫ୍ରାନ୍ସିସଙ୍କ ଉତ୍ତରାଧିକାରୀ: ଆଗରେ ଅଛି ଏମାନଙ୍କ ନାଁ

ଭାଟିକାନ୍‌ ସିଟି,୨୧।୪: ଖ୍ରୀଷ୍ଟିଆନ ଧାର୍ମିକ ନେତା ପୋପ ଫ୍ରାନ୍ସିସଙ୍କ ୮୮ ବର୍ଷ ବୟସରେ ଦେହାନ୍ତ ଘଟିଛି। ଭାଟିକାନ ସିଟି ଅନୁଯାୟୀ, ପୋପ ସୋମବାର ସ୍ଥାନୀୟ ସମୟ...

Viral Video: ବିବାହରେ ବରବଧୂଙ୍କୁ ବନ୍ଧୁମାନେ ଉପହାରରେ ଦେଲେ ‘ନୀଳ ଡ୍ରମ’, ପରେ ଯାହା ହେଲା ଦେଖିଲେ…

ଉତ୍ତର ପ୍ରଦେଶର ହମିରପୁରରେ ଏକ ନବ ବିବାହିତ ଦମ୍ପତିଙ୍କୁ ବିବାହ ମଞ୍ଚରେ ସେମାନଙ୍କ ବନ୍ଧୁମାନେ ଏକ ନୀଳ ଡ୍ରମ ଉପହାର ଦେଇଥିଲେ। ଏହି ଭିଡିଓ ଆଜିକାଲି...

୩ ସପ୍ତାହରେ ପ୍ରାୟ ୬,୨୦୦ ଟଙ୍କା ମହଙ୍ଗା ହେଲା ସୁନା, ଏବେର ଦାମ୍‌ ଜାଣିଲେ ଉଡିବ ହୋସ

ନୂଆଦିଲ୍ଲୀ,୨୧।୪: ହୁ ହୁ ହୋଇ ବଢ଼ିବାରେ ଲାଗିଛି ସୁନା ଦର। ସୋମବାର ଦେଶର ଫ୍ୟୁଚର୍ସ ମାର୍କେଟ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ସୁନାର ମୂଲ୍ୟ ରେକର୍ଡସ୍ତର ଛୁଇଁଛି।...

ଲୋକଙ୍କ ଗୁହାରି ଶୁଣିଲେ ଜିଲାପାଳ, ଏସପି: ସହାୟତା କଲେ ପ୍ରଦାନ

ଭଞ୍ଜନଗର,୨୧।୪(ବାବୁଲା ପ୍ରଧାନ):ଭଞ୍ଜନଗରରେ ସୋମବାର ଜିଲାସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା, ଗଞ୍ଜାମ ଆରକ୍ଷୀ...

ପୂରଣ ହେବ କି ପୋପ ଫ୍ରାନ୍ସିସଙ୍କ ଶେଷ ଇଚ୍ଛା: ଜାଣନ୍ତୁ କ’ଣ ଥିଲା

ଭାଟିକାନ୍‌ ସିଟି,୨୧।୪: ଖ୍ରୀଷ୍ଟିଆନ ସମ୍ପ୍ରଦାୟର ସର୍ବୋଚ୍ଚ ଧାର୍ମିକ ନେତା ପୋପ ଫ୍ରାନ୍ସିସଙ୍କ ଦେହାନ୍ତ, ଯାହା ସାରା ବିଶ୍ୱରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ମଧ୍ୟରେ ଶୋକର ଛାୟା ଖେଳାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image