Categories: ଜାତୀୟ

ହାର୍ଦ୍ଦିକ ପାଣ୍ଡ୍ୟା ମାରିଲେ ଏମିତି ସର୍ଟ, ହସି ହସି ଗଡିଲେ ସ୍ତ୍ରୀ

ମୁମ୍ବାଇ,୨୦।୫: ବିରାଟ କୋହଲିଙ୍କ ଅର୍ଦ୍ଧଶତକ ସହିତ ଫାପ ଡୁ ପ୍ଲେସିସ ଓ ଗ୍ଲେନ ମ୍ୟାକ୍ସୱେଲଙ୍କ ଚମତ୍କାର ବ୍ୟାଟିଂ ଜରିଆରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଶେଷ ଲିଗ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସକୁ ୮ ଉଇକେଟ୍‌ରେ ପରାସ୍ତ କରି ଅଷ୍ଟମ ବିଜୟ ସହ ପ୍ଲେ ଅଫ ସମ୍ଭାବନାକୁ କାଏମ ରଖିଛି। ଏହି ମ୍ୟାଚ୍‌ରେ ଗୁଜରାଟ ପରାସ୍ତ ହୋଇଥିଲେ ମଧ୍ୟ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ୪୭ ବଲରେ ୬୨ ରନ ସଂଗ୍ରହ କରିଥିଲେ।
ଗୁଜରାଟ ଇନିଂସର ଦଶମ ଓଭରରେ ଏମିତି କିଛି ଘଟଣା ଘଟିଥିଲା, ପଡ଼ିଆରେ ଦର୍ଶକଙ୍କ ସମେତ ଆରସିବି ଖେଳାଳି ଏବଂ ଅମ୍ପାୟାର ହସିବାକୁ ବାଧ୍ୟ ହୋଇଥିଲେ। ଦଶମ ଓଭରର ଶେଷ ବଲରେ ହାର୍ଦ୍ଦିକ ପାଣ୍ଡ୍ୟା ସଟ ମାରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ସେ ବ୍ୟାଟିଂ କରୁଥିବାବେଳେ ତାଙ୍କ ହାତରୁ ବ୍ୟାଟ ଖସି କିଛି ଦୂରରେ ପଡିଥିଲା। ଷ୍ଟାଣ୍ଡରେ ବସିଥିବା ତାଙ୍କ ସ୍ତ୍ରୀ ନତାଶା ଷ୍ଟାନକୋଭିକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇ ହସୁଥିବାର ଦେଖାଯାଇଥିଲା।
ଆରସିବି ବିଜୟର ସହ ଲିଗ ଅଭିଯାନ ଶେଷ କରିଥିଲେ ମଧ୍ୟ ଦଳକୁ ଏବେ ଅନ୍ୟ ଦଳର ଫଳାଫଳ ଉପରେ ନଜର ରଖିବାକୁ ହେବ। ଶନିବାର ଖେଳାଯିବାକୁ ଥିବା ମୁମ୍ବାଇ ଇଣ୍ଡିଆନ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍‌ରେ ଦିଲ୍ଲୀର ପରାଜୟ ଆଶା ରଖିବ ଏହି ଦଳ। ସେହିଭଳି ଶୁକ୍ରବାର ଖେଳାଯିବାକୁ ଥିବା ଚେନ୍ନାଇ ସୁପର୍‌ କିଙ୍ଗ୍ସ ବିପକ୍ଷମ୍ୟାଚ ମଧ୍ୟ ରାଜସ୍ଥାନ ରୟାଲ୍ସ ହାରିଯାଉ ବୋଲି ଆଶା ରଖିଛି ଆରସିବି।

Share