Categories: ଖେଳ

ରୋହିତଙ୍କ ସ୍ଥାନ ନେବା ପରେ ହାର୍ଦ୍ଦିକଙ୍କୁ କରାଗଲା ମହାରାଜାଙ୍କ ଭଳି ସ୍ବାଗତ, Video ଦେଖିଲେ…

ନୂଆଦିଲ୍ଲୀ,୨୭।୧୨: ଆଇପିଏଲ୍‌ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟିତ୍ୱ ମିଳିଛି। ଏହାପରଠାରୁ ସେ ଚର୍ଚ୍ଚାରେ ରହିଥିବା ବେଳେ ତାଙ୍କୁ ଭବ୍ୟ ସ୍ବାଗତ କରାଯିବାର ଭିଡିଓ ଭାଇରାଲ ହେଉଛି।

୨୦୧୫ରୁ ଆଇପିଏଲ୍‌ ଖେଳୁଛନ୍ତି ପାଣ୍ଡ୍ୟା। ସେତେବେଳେ ସେ ମୁମ୍ବାଇ ଟିମ୍‌ରେ ଥିଲେ। ୨୦୨୧ ଯାଏ ସେ ଦଳ ସହ ଥିଲେ। ହେଲେ ୨୦୨୨ରେ ତାଙ୍କୁ ରିଟେନ୍‌ ନ କରାଯିବା ପରେ ନୂଆ ଟିମ୍‌ ଗୁଜରାଟ ଟାଇଟନ୍ସ ତାଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରିଥିଲା। ଡେବ୍ୟୁ ସିଜନରେ ସେ ଦଳକୁ ଟାଇଟଲ ବିଜେତା କରିଥିଲେ। ପରେ ୨୦୨୩ରେ ଦଳ ଫାଇନାଲରେ ପ୍ରବେଶ କରିଥିଲେ ହେଁ ଚେନ୍ନାଇ ସୁପର କିଙ୍ଗ୍ସଠାରୁ ପରାଜିତ ହୋଇଥିଲା। ଏବେ ପୁଣିଥରେ ହାର୍ଦ୍ଦିକ ମୁମ୍ବାଇକୁ ଫେରିଥିବା ବେଳେ ରୋହିତ ଶର୍ମାଙ୍କୁ ହଟାଯାଇ ନୂଆ ଦାୟିତ୍ୱ ତାଙ୍କୁ ମିଳିଛି।

ଏବେ ପାଣ୍ଡ୍ୟାଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ସେ ଜାମନଗରରେ ପହଞ୍ଚିଛନ୍ତି। ପାଣ୍ଡ୍ୟାଙ୍କ ସ୍ବାଗତରେ ରାସ୍ତାର ଉଭୟ ପଟେ ଘୋଡ଼ା ରହିଛନ୍ତି। ସେ ଆସିବା ପରେ ବାଦ୍ୟ ବାଜୁଛି। ପରେ ତାଙ୍କ ଗାଡ଼ିଟି ଭିତରକୁ ଯିବା ପରେ ଘୋଡ଼ାଗୁଡ଼ିକ ପଛରେ ପହଞ୍ଚୁଛନ୍ତି। ୩୦ ସେକେଣ୍ଡର ଏହି ଭିଡିଓଟିକୁ ଦେଖି ମହାରାଜାଙ୍କ ଭଳି ତାଙ୍କର ସ୍ବାଗତ କରାଯାଇଥିବା ଲୋକେ କହୁଛନ୍ତି।

କହିରଖୁଛୁ, ବିଶ୍ୱକପ୍‌ ୨୦୨୩ରେ ଭାରତୀୟ ଟିମର ଅଂଶ ଥିଲେ ପାଣ୍ଡ୍ୟା। ହେଲେ ସେ ଦଳ ସହ ଚତୁର୍ଥ ମ୍ୟାଚ୍‌ ଖେଳୁଥିବା ବେଳେ ଆହତ ହୋଇଥିଲେ। ଏବେ ସେ ଚିକିତ୍ସିତ ହୋଇ ଫିଟ୍‌ ହୋଇସାରିଥିବା ରିପୋର୍ଟରେ ପ୍ରକାଶ ପାଇଛି।

Share