Categories: ଖେଳ

ଧୋନୀଙ୍କ ରାସ୍ତାରେ ହାର୍ଦ୍ଦିକ, ଟ୍ରଫି ଜିତିବା ପରେ କଲେ ଏଭଳି…

ଡବଲିନ,୨୯।୬: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହଙ୍କ ରାସ୍ତାରେ ଚାଲିଲେ ହାର୍ଦ୍ଦକ ପାଣ୍ଡ୍ୟା। ଆୟର୍ଲାଣ୍ଡ ବିପକ୍ଷରେ ଟିମ୍‌ ଇଣ୍ଡିଆ ୨-୦ରେ ସିରିଜ ଜିତିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତର ଏହି ବିଜୟ ବେଶ ରୋମାଞ୍ଚକର ରହିଥିଲା। ସିରିଜ ଜିତିବା ପରେ ଯେତେବେଳେ ହାର୍ଦ୍ଦିକଙ୍କୁ ଟ୍ରଫି ମିଳିଥିଲା, ସେତେବେଳେ ସେ ତାକୁ ନେଇ ଉମ୍ରାନ ମଲିକଙ୍କ ହାତରେ ଦେଇଥିଲେ।

ଆଇପିଏଲ୍‌ ୨୦୨୨ରେ ଚମତ୍କାର ପ୍ରଦର୍ଶନକୁ ନେଇ ଉମ୍ରାନଙ୍କୁ ଆୟର୍ଲାଣ୍ଡ ବିପକ୍ଷ ସିରିଜରେ ଭାରତ ପକ୍ଷରୁ ଖେଳିବାର ସୁଯୋଗ ମିଳିଥିଲା। ଦ୍ୱିତୀୟ ଟି-୨୦ରେ ଆୟର୍ଲାଣ୍ଡକୁ ଶେଷ ଓଭରରେ ୧୭ ରନ୍‌ର ଆବଶ୍ୟକତା ରହିଥିଲା। ସେତେବେଳେ ଉମ୍ରାନ ବୋଲିଂ କରିବାକୁ ଆସି ଦଳକୁ ବିଜେତା କରିଥିଲେ। ଏଥିଯୋଗୁ ହାର୍ଦ୍ଦିକ ତାଙ୍କ ହାତରେ ଟ୍ରଫି ଦେଇଥିବା ଚର୍ଚ୍ଚା ହେଉଛି।

ତେବେ ପୂର୍ବରୁ ଧୋନୀ ଏଭଳି କିଛି କରିଥିଲେ। ସେ ଯେତେବେଳେ ସେ ଟ୍ରଫି ଜିତୁଥିଲେ, ଅଧିନାୟକ ଭାବେ ତାକୁ ଧରିବା ପରିବର୍ତ୍ତେ ଦଳର ସବୁଠାରୁ ଯୁବ ଖେଳାଳିଙ୍କୁ ତୁରନ୍ତ ଦେଉଥିଲେ। ନିଜେ କଡ଼ରେ ଛିଡ଼ା ହେଉଥିଲେ। ଧୋନୀଙ୍କ ପରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଏପରି କରୁଥିବା ବେଳେ ଏବେ ହାର୍ଦ୍ଦିକ ସେଭଳି କିଛି କରି ଧୋନୀଙ୍କୁ ମନେ ପକାଇଛନ୍ତି।

Share