Categories: ଖେଳ

ଗମ୍ଭୀର କୋଚ୍‌ ହେବା ପରେ ଅଡ଼ୁଆରେ ହାର୍ଦ୍ଦିକ ପାଣ୍ଡ୍ୟା? ଆଗାମୀ ଦିନରେ ଘଟିପାରେ ଏଭଳି…

ନୂଆଦିଲ୍ଲୀ,୧୨।୭: ଟିମ୍‌ ଇଣ୍ଡିଆର ନୂଆ କୋଚ୍‌ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତ ଗୌତମ ଗମ୍ଭୀର। ଏହାପରଠାରୁ ତାଙ୍କୁ ନେଇ ନାନାଦି ଚର୍ଚ୍ଚା ଜୋର ଧରିଛି। ଏବେ ସେଭଳି ଏକ ଚର୍ଚ୍ଚା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ହେଉଛି। ଟି୨୦ ବିଶ୍ୱକପ୍‌ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ଏହି ଖେଳାଳି ଗମ୍ଭୀରଙ୍କ ଯୋଗୁ ଅଡ଼ୁଆରେ ଫସିବାକୁ ଯାଉଥିବା କୁହାଯାଉଛି।

ଷ୍ଟାର ସ୍ପୋଟ୍ସ ସହ ଆଲୋଚନାରେ ଗମ୍ଭୀର କହିଛନ୍ତି, ଯଦି ଆପଣ ୩ଟି ଫର୍ମାଟ ଖେଳିପାରୁଛନ୍ତି ତେବେ ନିଶ୍ଚିତ ଖେଳିବା ଉଚିତ। ମୁଁ ଆଘାତ ପରିଚାଳନା ଦଳର ନୁହେଁ। ଯଦି ତୁମେ ଆହତ ହୋଇଛ ତେବେ ଯାଅ, ସୁସ୍ଥ ହୋଇ ଆସ। ଯଦି ତୁମେ ଅନ୍ତର୍ଜାତୀୟ କ୍ରିକେଟ ଖେଳୁଛ ତେବେ ତିନୋଟି ଯାକ ଫର୍ମାଟ ଖେଳିବା ଉଚିତ। କୌଣସି ବୋଲର୍‌ ନିଜକୁ ଲାଲ ବଲ୍‌ କିମ୍ବା ଧଳା ବଲ୍‌ର ବିଶେଷଜ୍ଞରେ ପରିଗଣିତ କରିବାକୁ ଚାହାନ୍ତି ନାହିଁ।

ଗମ୍ଭୀର ଆହୁରି କହିଛନ୍ତି, ସେ ଏଭଳି କୌଣସି ଖେଳାଳି ଚାହାନ୍ତି ନାହିଁ ଯାହାକୁ କେବଳ ଟେଷ୍ଟ ଖେଳିବା ପାଇଁ ନଚେତ ଦିନିକିଆ କିମ୍ବା ଟି୨୦ ଖେଳିବା ପାଇଁ ରଖିବେ। ମୁଁ କୌଣସି ଖେଲାଳିର କାର୍ଯ୍ୟଭାର ପରିଚାଳନା କରିବା ସପକ୍ଷରେ ନୁହେଁ। ଜଣେ ବୃତ୍ତିଗତ କ୍ରିକେଟରଙ୍କ କ୍ୟାରିୟର ଛୋଟ ଏବଂ ଆପଣ ଅଧିକରୁ ଅଧିକ ଖେଳିବା ଉଚିତ। ଖେଳାଳିଙ୍କୁ ତିନୋଟି ଯାକ ଫର୍ମାଟ ଖେଳିବା ଉଚିତ।

ତେବେ କୋଚ୍‌ଙ୍କ ଏଭଳି ଚିନ୍ତାଧାରା ପାଣ୍ଡ୍ୟାଙ୍କ ଲାଗି ବିପଦ। ଗମ୍ଭୀର ଅଲରାଉଣ୍ଡରଙ୍କୁ ଟେଷ୍ଟ ଫର୍ମାଟ ଖେଳିବା ଲାଗି ବାଧ୍ୟ କରିବେ ବୋଲି କୁହାଯାଉଛି। ହେଲେ ପାଣ୍ଡ୍ୟା ଦିନିକିଆ ଏବଂ ଟି୨୦ରେ ମ୍ୟାଚ୍‌ ବିଜେତା ହୋଇଥିଲେ ହେଁ ଆଘାତ ପାଇବା ଡରରେ ଟେଷ୍ଟ କ୍ରିକେଟ ଖେଳନ୍ତି ନାହିଁ। ୨୦୧୮ରେ ସେ ଶେଷ ଥର ଲାଗି ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ଏବେ କିନ୍ତୁ ଦଳ ପାଇଁ ତାଙ୍କୁ ଟେଷ୍ଟ ଖେଳିବାକୁ ପଡ଼ିପାରେ। ଟିମ୍‌ ଇଣ୍ଡିଆ ଗତ ୨ ଟେଷ୍ଟ ଚାମ୍ପିୟନଶିପ୍‌ରେ ପରାଜିତ ହୋଇଛି। ଏଣୁ ଗମ୍ଭୀର ପୂର୍ବରୁ ରଣନୀତି ପ୍ରସ୍ତୁତ କରିଛନ୍ତି। ଏଣୁ ଯଦି ସୁଯୋଗ ମିଳେ ତେବେ ପାଣ୍ଡ୍ୟାଙ୍କୁ ସେ ଟେଷ୍ଟ କ୍ରିକେଟ ଖେଳିବା ପାଇଁ କହିପାରନ୍ତି।

Share