ଦୁବାଇ,୨୫।୧୦: ଟି୨୦ ବିଶ୍ୱକପ୍ର ପ୍ରଥମ ମ୍ୟାଚ୍ରେ ପାକିସ୍ତାନଠାରୁ ଲଜ୍ଜାଜନକ ପରାଜୟ ବରଣ କରିଥିବା ଭାରତୀୟ ଦଳକୁ ଆଉ ଏକ ଶକ୍ତ ଧକ୍କା ଲାଗିଛି। ଚଳିତ ବିଶ୍ୱକପ୍ରେ କେବଳ ବ୍ୟାଟ୍ସମ୍ୟାନ ଭାବେ ଖେଳୁଥିବା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଛନ୍ତି। ପାକିସ୍ତାନ ବିପକ୍ଷରେ ବ୍ୟାଟିଂ କରୁଥିବା ବେଳେ ତାଙ୍କ କାନ୍ଧରେ ଆଘାତ ଲାଗିଛି। ଏଣୁ ସେ ବୋଲିଂ ବେଳେ ମଧ୍ୟ ପଡ଼ିଆକୁ ଓହ୍ଲାଇ ନ ଥିଲେ। ତାଙ୍କ ବଦଳରେ ଫିଲ୍ଡିଂ କରିଥିଲେ ଇଶାନ କିଷନ।
ତେବେ ହାର୍ଦ୍ଦିକଙ୍କ ଆହତ ସମସ୍ୟାର ଗମ୍ଭୀରତା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ତାଙ୍କୁ ସ୍କାନିଂ ପାଇଁ ପଠାଯାଇଥିବା ବିସିସିଆଇ ପକ୍ଷରୁ କୁହାଯାଇଛି।