Posted inଖେଳ

ବିଶ୍ୱର ନମ୍ବର-୧ ଅଲରାଉଣ୍ଡର ହେଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୩।୭: ଆଇସିସି ବୁଧବାର ଟି-୨୦ ରାଙ୍କିଙ୍ଗ ପ୍ରକାଶ କରିଛି। ଭାରତୀୟ ଟି-୨୦ ଦଳର ଉପ-ଅଧିନାୟକ ତଥା ତାରକା ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱର ଏକ ନମ୍ବର ଅଲରାଉଣ୍ଡର ହୋଇଛନ୍ତି। ର଼୍ୟାଙ୍କିଙ୍ଗରେ ସେ ଶ୍ରୀଲଙ୍କାର ୱାନିନ୍ଦୁ ହାସରଙ୍ଗାଙ୍କ ସହ ମିଳିତ ନମ୍ବର ୱାନ ହୋଇଛନ୍ତି। ଶ୍ରୀଲଙ୍କାର ତାରକା ୱାନିନ୍ଦୁ ହାସାରଙ୍ଗାଙ୍କୁ ସମକକ୍ଷ ପାଇଁ ହାର୍ଦ୍ଦିକ ଦୁଇଟି ସ୍ଥାନ ଉପରକୁ ଯାଇଥିଲେ। ଟି-୨୦ ବିଶ୍ୱକପ ୨୦୨୪ର ଫାଇନାଲରେ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ହାର୍ଦ୍ଦିକଙ୍କୁ ପୁରସ୍କୃତ କରାଯାଇଛି। ଫାଇନାଲରେ ହାର୍ଦ୍ଦିକ ହେନ୍ରିଚ କ୍ଲାସେନ ଏବଂ ଡେଭିଡ ମିଲରଙ୍କ ଗୁରୁତ୍ୱପୂର୍ଣ୍ଣ ଉଇକେଟ ନେଇଥିଲେ। ଟୁର୍ନାମେଣ୍ଟରେ ବ୍ୟାଟ ଏବଂ ବଲ ସହିତ ହାର୍ଦ୍ଦିକଙ୍କ ଭଲ ପ୍ରଦର୍ଶନ ଥିଲା ଏବଂ ସେ ହେଉଛନ୍ତି ପ୍ରଥମ ଭାରତୀୟ ଖେଳାଳି ଯିଏକି ଟି-୨୦ରେ ବିଶ୍ୱର ଏକ ନମ୍ବର ଅଲରାଉଣ୍ଡର ହୋଇଛନ୍ତି।
ବ୍ୟାଟ ଏବଂ ବୋଲିଂରେ ହାର୍ଦ୍ଦିକ ପାଣ୍ଡ୍ୟା ସଫଳତା ହାସଲ କରିଥିଲେ। ଯେତେବେଳେ ଦଳ ତାଙ୍କୁ ଆବଶ୍ୟକ କରୁଥିଲା, ସେ ଚ୍ୟାଲେଞ୍ଜକୁ ଗ୍ରହଣ କରି ଉଇକେଟ ନେଇଥିଲେ। ସେ ୧୫୦ରୁ ଅଧିକ ଷ୍ଟ୍ରାଇକ ରେଟ୍‌ରେ ୧୪୪ ରନ ସଂଗ୍ରହ କରିଥିଲେ ଏବଂ ୧୧ ଉଇକେଟ ମଧ୍ୟ ନେଇଥିଲେ। ଟି-୨୦ ବୋଲିଂ ର଼୍ୟାଙ୍କିଙ୍ଗରେ ଏନ୍ରିଚ ନର୍ଟଜେ ୬୭୫ ରେଟିଂ ପଏଣ୍ଟ ସହ ଶୀର୍ଷ ମାନ୍ୟତା ଆଦିଲ ରସିଦଙ୍କ ପଛରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କଠାରୁ ଏମିତି କଥା ଶୁଣି ଖୁସି ହୋଇଗଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୬।୭: ଟି -୨୦ ବିଶ୍ୱକପ ଟ୍ରଫି ଜିତିବା ପରେ ଟିମ ଇଣ୍ଡିଆର ଖେଳାଳିମାନେ ଭାରତରେ ପହଞ୍ଚିଥିଲେ। ଭାରତୀୟ ଖେଳାଳିଙ୍କୁ ସ୍ବାଗତ କରାଯାଇଥିଲା। ଏଥିସହ ଭାରତୀୟ ପ୍ରଧାନମନ୍ତ୍ରୀ...

ଆଜି ଭାରତ-ଜିମ୍ବାଓ୍ବେ ପ୍ରଥମ ଟି-୨୦: ଜାଣନ୍ତୁ କେଉଁଠି, କେତେବେଳେ ଦେଖିପାରିବେ ମ୍ୟାଚ୍‌

ହରାରେ,୬।୭: ଭାରତୀୟ କ୍ରିକେଟ ଦଳ ୨୦୧୬ ପରଠାରୁ ପ୍ରଥମ ଥର ପାଇଁ ଆଫ୍ରିକୀୟ ଦେଶରେ ଦ୍ୱିପାକ୍ଷିକ ସିରିଜ ଖେଳିବ। ଟି-୨୦ ବିଶ୍ୱକପ ଜିତିଥିବା ଭାରତୀୟ ଦଳ...

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଭାରତୀୟ କ୍ରିକେଟ୍‌ ଟିମ୍‌କୁ ୧୧ କୋଟି

ମୁମ଼୍ବାଇ, ୫।୭: ଟି-୨୦ ବିଶ଼୍ବକପ୍‌ ଜିତି ସ଼୍ବଦେଶ ଫେରିଥିବା ଭାରତୀୟ କ୍ରିକେଟ୍‌ ଟିମ୍‌ ଉପରେ ଟଙ୍କା ବର୍ଷା ହେଉଥିବା ଦେଖିବାକୁ ମିଳୁଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ...

ଗଛରେ ଚଢ଼ି ଏଭଳି କିଛି ଦୃଶ୍ୟ କଏଦ କରିଥିଲେ ପ୍ରଶଂସକ, Video ସାମ୍ନାକୁ ଆସିବା ପରେ…

ନୂଆଦିଲ୍ଲୀ,୫।୭: ଟି୨୦ ବିଶ୍ୱକପ୍‌ ଜିତିବା ପରେ ଭାରତରେ ଉତ୍ସବର ମାହୋଲ ଦେଖିବାକୁ ମିଳୁଛି। ଏହି କ୍ରମରେ ଖେଳାଳିମାନେ ସ୍ବଦେଶକୁ ଫେରି ରୋଡ ଶୋ’ କରି ପ୍ରଶଂସକଙ୍କ...

ବିଧାନସଭା ଭିତରେ ମରାଠିରେ ଏମିତି କହିଦେଲେ ରୋହିତ, ମୁଖ୍ୟମନ୍ତ୍ରୀ…

ମୁମ଼୍ବାଇ, ୫।୭: ସ଼୍ବଦେଶ ଫେରିବା ପରେ ବିଶ଼୍ବବିଜୟୀ ଭାରତୀୟ ଟିମ୍‌କୁ ଶୁଭେଚ୍ଛା ଏବଂ ସମ୍ମାନ ସମାରୋହ ଜାରି ରହିଛି । ଗତ ଗୁରୁବାର ମୁମ଼୍ବାଇରେ ସମ଼୍ବର୍ଦ୍ଧନା...

ବିଶ୍ୱ ବିଜେତା ହୋଇ ଘରକୁ ଫେରିଲେ ହିଟ୍‌ମ୍ୟାନ୍‌, ଫୁଲ ବିଛାଇ ସ୍ବାଗତ କଲେ…

ନୂଆଦିଲ୍ଲୀ,୫।୭: ଟିମ୍‌ ଇଣ୍ଡିଆ ଅଧିନାୟକ ଭାବେ ବିଶ୍ୱକପ୍‌ ଜିତି ଘରକୁ ଫେରିବା ପରେ ରୋହିତ ଶର୍ମାଙ୍କୁ ଭବ୍ୟ ସ୍ବାଗତ ମିଳିଛି। ଏଥିଲାଗି ପ୍ରାୟ ୧ ମାସରୁ...

‘ଯାହାକୁ ଏଭଳି ମା’ ମିଳିଛି, ସେ କେବେ ବି ବିଫଳ ହୋଇପାରିବ ନାହିଁ’; ପନ୍ତଙ୍କୁ ଏଭଳି କହି…

ନୂଆଦିଲ୍ଲୀ,୫।୭: ଭାରତୀୟ କ୍ରିକେଟ ଟିମ୍‌ ଟି୨୦ ବିଶ୍ୱକପ୍‌ ୨୦୨୪ ଜିତିବା ପରେ ସ୍ବଦେଶ ଫେରିଛି। ଗୁରୁବାର ଦଳର ଖେଳାଳିମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହି...

ଚହଲଙ୍କୁ ଏମିତି କହିଦେଲେ ମୋଦି, ହସି ଉଠିଲେ ସମସ୍ତ ଖେଳାଳି

ନୂଆଦିଲ୍ଲୀ, ୫।୭: ଟି-୨୦ ବିଶ଼୍ବକପ୍‌ ଜିତି ଟ୍ରଫି ସହ ଭାରତ ଫେରିଥିବା କ୍ରିକେଟ୍‌ ଦଳକୁ ଜୋରଦାର ସ଼୍ବାଗତ କରାଯାଇଥିଲା । ଏଥିସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କ ସେମାନଙ୍କର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri