Categories: ଖେଳ

ବିଶ୍ୱର ନମ୍ବର-୧ ଅଲରାଉଣ୍ଡର ହେଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୩।୭: ଆଇସିସି ବୁଧବାର ଟି-୨୦ ରାଙ୍କିଙ୍ଗ ପ୍ରକାଶ କରିଛି। ଭାରତୀୟ ଟି-୨୦ ଦଳର ଉପ-ଅଧିନାୟକ ତଥା ତାରକା ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱର ଏକ ନମ୍ବର ଅଲରାଉଣ୍ଡର ହୋଇଛନ୍ତି। ର଼୍ୟାଙ୍କିଙ୍ଗରେ ସେ ଶ୍ରୀଲଙ୍କାର ୱାନିନ୍ଦୁ ହାସରଙ୍ଗାଙ୍କ ସହ ମିଳିତ ନମ୍ବର ୱାନ ହୋଇଛନ୍ତି। ଶ୍ରୀଲଙ୍କାର ତାରକା ୱାନିନ୍ଦୁ ହାସାରଙ୍ଗାଙ୍କୁ ସମକକ୍ଷ ପାଇଁ ହାର୍ଦ୍ଦିକ ଦୁଇଟି ସ୍ଥାନ ଉପରକୁ ଯାଇଥିଲେ। ଟି-୨୦ ବିଶ୍ୱକପ ୨୦୨୪ର ଫାଇନାଲରେ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ହାର୍ଦ୍ଦିକଙ୍କୁ ପୁରସ୍କୃତ କରାଯାଇଛି। ଫାଇନାଲରେ ହାର୍ଦ୍ଦିକ ହେନ୍ରିଚ କ୍ଲାସେନ ଏବଂ ଡେଭିଡ ମିଲରଙ୍କ ଗୁରୁତ୍ୱପୂର୍ଣ୍ଣ ଉଇକେଟ ନେଇଥିଲେ। ଟୁର୍ନାମେଣ୍ଟରେ ବ୍ୟାଟ ଏବଂ ବଲ ସହିତ ହାର୍ଦ୍ଦିକଙ୍କ ଭଲ ପ୍ରଦର୍ଶନ ଥିଲା ଏବଂ ସେ ହେଉଛନ୍ତି ପ୍ରଥମ ଭାରତୀୟ ଖେଳାଳି ଯିଏକି ଟି-୨୦ରେ ବିଶ୍ୱର ଏକ ନମ୍ବର ଅଲରାଉଣ୍ଡର ହୋଇଛନ୍ତି।
ବ୍ୟାଟ ଏବଂ ବୋଲିଂରେ ହାର୍ଦ୍ଦିକ ପାଣ୍ଡ୍ୟା ସଫଳତା ହାସଲ କରିଥିଲେ। ଯେତେବେଳେ ଦଳ ତାଙ୍କୁ ଆବଶ୍ୟକ କରୁଥିଲା, ସେ ଚ୍ୟାଲେଞ୍ଜକୁ ଗ୍ରହଣ କରି ଉଇକେଟ ନେଇଥିଲେ। ସେ ୧୫୦ରୁ ଅଧିକ ଷ୍ଟ୍ରାଇକ ରେଟ୍‌ରେ ୧୪୪ ରନ ସଂଗ୍ରହ କରିଥିଲେ ଏବଂ ୧୧ ଉଇକେଟ ମଧ୍ୟ ନେଇଥିଲେ। ଟି-୨୦ ବୋଲିଂ ର଼୍ୟାଙ୍କିଙ୍ଗରେ ଏନ୍ରିଚ ନର୍ଟଜେ ୬୭୫ ରେଟିଂ ପଏଣ୍ଟ ସହ ଶୀର୍ଷ ମାନ୍ୟତା ଆଦିଲ ରସିଦଙ୍କ ପଛରେ ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି।

Share