Categories: ଖେଳ

କେବଳ କ୍ରୁଣାଳ ନୁହନ୍ତି, ହୀରାର ସଉକ ରଖନ୍ତି ଭାଇ ହାର୍ଦ୍ଦିକ ପାଣ୍ଡା: ଗୋଟିଏ ଘଣ୍ଟାର ମୂଲ୍ୟରେ କିଣିପାରିବେ ସୁଇମିଂ ପୁଲ ଥିବା ବଙ୍ଗଳା

ନୂଆଦିଲ୍ଲୀ,୧୩।୧୨: ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ଅଲରାଉଣ୍ଡର କ୍ରୁଣାଳ ପାଣ୍ଡ୍ୟାଙ୍କ ଭଳି ତାଙ୍କ ସାନ ଭାଇ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ହୀରାର ସଉକ ରଖନ୍ତି। ହାର୍ଦ୍ଦିକ ନିଜର ଜୀବନଚର୍ଯ୍ୟା ଏବଂ ମହଙ୍ଗା ସଉକକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ହୀରାର ସଉକ ଥିବା ନେଇ ସେ ସାର୍ବଜନିକ ଭାବେ ସ୍ବିକାର କରିଛନ୍ତି। ଏହି କାରଣରୁ ସର୍ଜରୀ ସମୟରେ ମଧ୍ୟ ତାଙ୍କ ହାତରେ ହୀରାର ଘଣ୍ଟା ଥିବା ଦେଖିବାକୁ ମିଳିଥିଲା। ହାର୍ଦ୍ଦିକ ଆଇପିଏଲ୍‌ ସମୟରେ ଦୁବାଇ ବେଳାଭୂମିରେ ନିଜର ଦାମୀ ଘଣ୍ଟା ପିନ୍ଧିଥିବା ଦେଖାଯାଇଥିଲା। ଉକ୍ତ ଘଣ୍ଟାର ଦାମରେ ଜଣେ ସୁଇମିଂ ପୁଲ ଥିବା ବଙ୍ଗଳା କିଣିପାରିବ। କାରଣ ପାଟେକ୍‌ ଫିଲିପ୍‌ ନୌଟିଲସ୍‌ ବ୍ରାଣ୍ଡର ଉକ୍ତ ଘଣ୍ଟାର ଦାମ ୩ କୋଟି ଟଙ୍କା। ଏଥିରେ ମୋଟ ୫୩ଟି ହୀରା ଲାଗିଛି।

ପିଲାଟିବେଳୁ ଗରିବ ଶ୍ରେଣୀୟ ପରିବାରରେ ହାର୍ଦ୍ଦିକଙ୍କ ଜନ୍ମ ହୋଇଥିଲା। ସେତେବେଳେ ତାଙ୍କୁ ଇଏମ୍‌ଆଇ ଦେବାକୁ ଟଙ୍କାର ଅଭାବ ପଡ଼ୁଥିଲା। ବ୍ୟାଙ୍କ ଅଧିକାରୀମାନେ କାର୍‌ ନେଇଯିବା ଭାବି ସେ ନିଜ ଗାଡ଼ିକୁ ଲୁଚାଇ ରଖୁଥିଲେ। ହେଲେ ଏବେ ପରିସ୍ଥିତି ବଦଳିଯାଇଛି। ବର୍ତ୍ତମାନ ହାର୍ଦ୍ଦିକ ନିଜ ଦେହରେ ହୀରା ସଜାଇବା ଭଳି ଲାଗନ୍ତି। କାନରେ କାନଫୁଲ ଏବଂ ହାର ସହ ସେ ଚେନ୍‌ ପିନ୍ଧନ୍ତି। ଏହାଛଡ଼ା ଜୋତା ଏବଂ କପଡ଼ାକୁ ନେଇ ସେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରିଥାନ୍ତି।

Share