ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ବିଶ୍ୱର ଜଣେ ମହାନ ବ୍ୟାଟ୍ସମ୍ୟାନ୍ ଭାବେ ଜଣାଶୁଣା। ଜଣେ ମହାନ କ୍ରିକେଟର୍ ହୋଇଥିବାରୁ ଯୁବ କ୍ରିକେଟରମାନେ ତାଙ୍କୁ ଭେଟିବାକୁ ମଧ୍ୟ ଡରନ୍ତି। ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସହ ମଧ୍ୟ ଏମିତି ହୋଇଥିଲା। ସଚିନଙ୍କୁ ପ୍ରଥମଥର ପାଇଁ ମୁକେଶ ଅମ୍ବାନୀଙ୍କ ଆଣ୍ଟିଲିଆ ବାସଭବନରେ ଚାଲିଥିବା ଏକ ପାର୍ଟିରେ ଭେଟିଥିଲେ ପାଣ୍ଡ୍ୟା। ଏହି ସମୟରେ ହାତରେ ପ୍ଲେଟ୍ ଖାଉଥିଲେ ସେ। ଏହି ସମୟରେ ସଚିନ ଆସି ତାଙ୍କୁ ହ୍ୟାଲୋ କହିଥିଲେ। ଏହା ଶୁଣି ହଠାତ୍ ପାଣ୍ଡ୍ୟା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ଏତେ ମାତ୍ରାରେ ଭୟଭୀତ ହୋଇଯାଇଥିଲେ ଯେ ତାଙ୍କ ହାତରୁ ଖାଦ୍ୟ ଥାଳି ଖସିପଡିଥିଲା। ନିକଟରେ ପାଣ୍ଡ୍ୟା ବିକ୍ରମ ସାଥିୟାଙ୍କ ୟୁଟ୍ୟୁବ୍ ଚ୍ୟାନେଲର ଶୋ’ ହ୍ବାଟ୍ ଦ ଡକ୍ରେ ଭାଗ ନେଇ ଏହାର ଖୁଲାସା କରିଥିଲେ। ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଗଡି ହେବା ପୂର୍ବରୁ ଏହି ଘଟଣା ଘଟିଥିଲା ବୋଲି ପାଣ୍ଡ୍ୟା କହିଛନ୍ତି। ଏହାପରେ ପରେ ସଚିନ ସାର୍ଙ୍କ ସହ ବାର୍ତ୍ତାଳାପ ହୋଇଥିଲା। ପିଲାଦିନୁ ତାଙ୍କୁ ମୁଁ ଭଗବାନ ବୋଲି ମାନୁଥିଲି। ହଠାତ୍ ତାଙ୍କୁ ଆଖି ଆଗରେ ଦେଖି ବିଶ୍ୱାସ କରିପାରି ନ ଥିଲି ବୋଲି ପାଣ୍ଡ୍ୟା କହିଥିଲେ।