Categories: ଖେଳ

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଆଇପିଏଲ୍‌ ପୂର୍ବରୁ…

ନୂଆଦିଲ୍ଲୀ,୯।୧୨: ଟି୨୦ ବିଶ୍ୱକପ୍‌ ୨୦୨୪ ପୂର୍ବରୁ ଭାରତୀୟ ଟିମ୍‌ ଲାଗି ଖୁସି ଖବର। ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ବଡ଼ ଅପଡେଟ୍‌ ସାମ୍ନାକୁ ଆସିଛି। ଦିନିକିଆ ବିଶ୍ୱକପ୍‌ ସମୟରେ ହାର୍ଦ୍ଦିକ ଆହତ ହୋଇଥିଲେ। ଏହା ଗୁରୁତର ଥିବାରୁ ସେ ଟି୨୦ ବିଶ୍ୱକପ୍‌ରେ ହିଁ ଦଳ ସହ ଯୋଡ଼ି ହେବେ ବୋଲି କୁହାଯାଉଥିଲା। ହେଲେ ଏବେ ବିସିସିଆଇ ସେକ୍ରେଟାରୀ ଜୟ ଶାହା କହିଛନ୍ତି ଯେ ସେ ଆଘାତ ସମସ୍ୟାରୁ ଶୀଘ୍ର ଆରୋଗ୍ୟ ହେଉଛନ୍ତି। ସେ ଆଇପିଏଲ ପୂର୍ବରୁ ଦଳ ସହ ଯୋଡ଼ି ହୋଇପାରନ୍ତି।

ଜୟ ଶାହା କହିଛନ୍ତି, ପାଣ୍ଡ୍ୟା ଆଫଗାନିସ୍ତାନ ଏବଂ ଭାରତ ମଧ୍ୟରେ ହେବାକୁ ଥିବା ଟି୨୦ ସିରିଜରେ ପ୍ରତ୍ୟାବର୍ତ୍ତନ କରିପାରନ୍ତି। ଜାନୁୟାରୀରେ ଏହି ସିରିଜର ଆୟୋଜନ କରାଯିବାକୁ ଥିବା ବେଳେ ବିଶ୍ୱକପ୍‌ ପୂର୍ବରୁ ଏହା ଭାରତର ଅନ୍ତିମ ସିରିଜ ହୋଇପାରେ ବୋଲି ସେ କହିଛନ୍ତି।

Share