Categories: ଖେଳ

ଟିମ୍‌ ଇଣ୍ଡିଆର ଚିନ୍ତା ବଢ଼ାଇଲା ହାର୍ଦ୍ଦିକଙ୍କ ଆଘାତ ସମସ୍ୟା; ବିଶ୍ୱକପ୍‌ ପରେ…

ନୂଆଦିଲ୍ଲୀ,୧୭।୧୧: ବିଶ୍ୱକପ୍‌ ୨୦୨୩ରେ ବାଲାଂଦେଶ ବିପକ୍ଷରେ ଖେଳାଯାଇଥିବା ଲିଗ୍‌ ମ୍ୟାଚ୍‌ରେ ଆହତ ହୋଇଥିଲେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ତାଙ୍କ ଆଘାତ ଗମ୍ଭୀର ଥିବାରୁ ଏବେ ସେ ଫିଟ୍‌ ହେବାକୁ ସମୟ ଲାଗିପାରେ। ପ୍ରଥମେ ସେ ବିଶ୍ୱକପ୍‌ ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ଟି୨୦ ସିରିଜରୁ ବାଦ୍‌ ପଡ଼ିବା ନିଶ୍ଚିତ ବୋଲି କୁହାଯାଉଥିଲା। ଏବେ ନୂତନ ରିପୋର୍ଟ ମୁତାବକ ସେ ଦକ୍ଷିଣ ଆଫ୍ରିକା ଗସ୍ତରୁ ମଧ୍ୟ ବାଦ୍‌ ପଡ଼ିପାରନ୍ତି।

ପାଣ୍ଡ୍ୟା ସର୍ଜରୀ କରାଇବେ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯାଇନାହିଁ। ଯଦି ଏହାର ଆବଶ୍ୟକତା ଉପୁଜେ ତେବେ ୫-୬ ମାସ ଯାଏ ସେ ବାଦ୍‌ ପଡ଼ିପାରନ୍ତି, ଯାହାକି ଦଳର ଅଡୁଆ ବଢ଼ାଇପାରେ।

କହିରଖୁଛୁ, ବାଲାଂଦେଶ ବିପକ୍ଷ ମ୍ୟାଚ୍‌ରେ ନିଜ ବଲ୍‌କୁ ରୋକିବାକୁ ଚେଷ୍ଟା କରି ଆହତ ହୋଇଥିଲେ ପାଣ୍ଡ୍ୟା। ପ୍ରଥମେ ତାଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଲିଗ୍‌ ମୁକାବିଲାରୁ ବାହାର କରାଯାଇଥିଲା। ହେଲେ ନଭେମ୍ବର ୪ରେ ସେ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିବା ନେଇ ଘୋଷଣା କରାଯାଇଥିଲା। ତାଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଦଳରେ ସାମିଲ କରାଯାଇଥିଲା।

Share