Categories: ଖେଳ

ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ଝଟ୍‌କା

ନୂଆଦିଲ୍ଲୀ,୨୫।୧୦: ବିଶ୍ୱକପ୍‌ ୨୦୨୩ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଖେଳିବା ମୁସ୍କିଲ। ସମ୍ପୂର୍ଣ୍ଣ ଫିଟ୍‌ ହୋଇ ନ ଥିବା କାରଣରୁ ଇକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ତାଙ୍କ ଖେଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଜାରି ରହିଛି। ଏଣୁ ତରବରିଆ ଭାବେ ତାଙ୍କୁ ଖେଳାଇବାକୁ କୌଣସି ନିଷ୍ପତ୍ତି ନେବାକୁ ବିସିସିଆଇ ଚାହୁଁନାହିଁ।

ଅକ୍ଟୋବର ୧୯ରେ ପୁଣେରେ ବାଲାଂଦେଶ ବିପକ୍ଷ ମ୍ୟାଚ୍‌ରେ ହାର୍ଦ୍ଦିକ ଆହତ ହୋଇଥିଲେ। ଏହାପରେ ତାଙ୍କୁ ତୁରନ୍ତ ମଇଦାନରୁ ବାହାରକୁ ନିଆଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ପରେ ସେ ଧର୍ମଶାଳାରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ମୁକାବିଲାରେ ଦଳରେ ସାମିଲ ନ ଥିଲେ। ସେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ ବେଳକୁ ଠିକ୍‌ ହୋଇଯିବେ ବୋଲି ବିସିସିଆଇ ପକ୍ଷରୁ କୁହାଯାଇଥିଲା। ହେଲେ ଏବେ ତାହା ସମ୍ଭବ ଲାଗୁନାହିଁ।

Share