Categories: ଖେଳ

ମୁମ୍ବାଇ ଇଣ୍ଡିଆନ୍ସକୁ ବଡ଼ ଝଟକା, ଆଇପିଏଲ ୨୦୨୪ରୁ ବାଦ ପଡି ପାରନ୍ତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା!

ନୂଆଦିଲ୍ଲୀ,୨୩।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୪ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିଛି। ହାର୍ଦ୍ଦିକ ରୋହିତଙ୍କ ବଦଳରେ ଏହି ଦାୟିତ୍ୱ ପାଇଥିଲେ, ମୁମ୍ବାଇକୁ ରୋହିତ ୫ ଥର ଆଇପିଏଲ ଚମ୍ପିୟାନ କରାଇଥିଲେ। ବର୍ତ୍ତମାନ ହାର୍ଦ୍ଦିକଙ୍କ ଫିଟନେସକୁ ନେଇ ଏପରି ଖବର ଆସିଛି, ଯାହା ମୁମ୍ବାଇ ମ୍ୟାନେଜମେଣ୍ଟର ଚିନ୍ତା ବଢ଼ାଇ ଦେଇଛି। ପିଟିଆଇ ରିପୋର୍ଟ ଅନୁଯାୟୀ ହାର୍ଦ୍ଦିକ ଆହତ କାରଣରୁ ଆଇପିଏଲ ୨୦୨୪ରୁ ବାଦ ପଡି ପାରନ୍ତି।

ସେହିପରି ସହିତ ଆଫଗାନିସ୍ଥାନ ବିପକ୍ଷ ଟି୨୦ ସିରିଜ ଖେଳିବାର କୌଣସି ସମ୍ଭାବନା ନାହିଁ। ବିସିସିଆଇ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଆହତ ପାଇଁ ପାଣ୍ଡ୍ୟାଙ୍କ ସୁସ୍ଥତା ନେଇ କୌଣସି ଅପଡେଟ ମିଳିନାହିଁ। ଯାହାକୁ ନେଇ ଆସନ୍ତା ଆଇପିଏଲରେ ତାଙ୍କର ଉପସ୍ଥିତି ଉପରେ ଏକ ବଡ଼ ପ୍ରଶ୍ନ ଛିଡ଼ା ହୋଇଛି। ମୁମ୍ବାଇ ଇଣ୍ଡିଆନ୍ସ ଟ୍ରେଡିଂ କରି ନିଜ ସହିତ ସାମିଲ କରିଛି।

ହାର୍ଦ୍ଦିକଙ୍କ ଆହତ ଖବର ଭାରତ ପାଇଁ ବଡ଼ ଝଟକା ହୋଇପାରେ। କାରଣ ପୂର୍ବରୁ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଆହତ ଅଛନ୍ତି। ଫଳରେ ଦୁଇ ଷ୍ଟାର ଖେଳାଳି ଆଫଗାନିସ୍ତାନ ବିପକ୍ଷ ସିରିଜରୁ ବାହାରେ ରହିବେ। ହାର୍ଦ୍ଦିକଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ଟି୨୦ ସିରିଜରେ ବିପକ୍ଷରେ ଅଧିନାୟକ ଥିଲେ। ଏଭଳି ସ୍ଥିତିରେ ରୋହିତ ଶର୍ମା ଆଫଗାନିସ୍ଥାନ ବିପକ୍ଷରେ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ସମ୍ଭାଳି ପାରନ୍ତି।

 

 

Share