Categories: ଖେଳ

୯୧ କୋଟିର ମାଲିକ ହାର୍ଦ୍ଦିକ ! ମଇଦାନ ସହ ରୋଜଗାର ମାମଲାରେ…

ନୂଆଦିଲ୍ଲୀ,୧୫।୨: ବର୍ତ୍ତମାନ ସମୟରେ ଟିମ୍‌ ଇଣ୍ଡିଆର ଚର୍ଚ୍ଚିତ ଖେଳାଳିଙ୍କ ମଧ୍ୟରୁ ଜଣେ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା। ୨୦୧୬ରେ ଟି୨୦ରେ ଡେବ୍ୟୁ କରିଥିଲେ ସେ। ଏହାପରଠାରୁ ସେ ସଫଳତାର ପାହାଚ ଚଢ଼ି ଚାଲିଛନ୍ତି। ମଇଦାନ ସହ ରୋଜଗାର ମାମଲାରେ ବି ସେ ବହୁତ ଆଗରେ ରହିଛନ୍ତି। ଆଇପିଏଲ୍‌, ଜାତୀୟ ଟିମ୍‌ରୁ ମିଳୁଥିବା ପାଉଣା, ବିଜ୍ଞାପନ ଏବଂସୋସିଆଲ ମିଡିଆ ଆଦିରୁ ସେ ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା। ପରିଣାମସ୍ବରୂପ ସଂଘର୍ଷ ଦିନରେ ଆର୍ଥିକ ଅନଟନର ସାମ୍ନା କରିଥିବା ହାର୍ଦ୍ଦିକ ଏବେ ନିଜର ଦାମୀ ସଉକକୁ ସହଜରେ ହାସଲ କରିପାରୁଛନ୍ତି। ଦିନକ ପୂର୍ବେ ସେ ସ୍ତ୍ରୀଙ୍କ ସହ ବିଳାସପୂର୍ଣ୍ଣ ବିବାହ କରି ପୁଣିଥରେ ଖବର ଶିରୋନାମାକୁ ଆସିଛନ୍ତି।

ରିପୋର୍ଟ ମୁତାବିକ, ପାଣ୍ଡ୍ୟା ପ୍ରତିଟି ଦିନିକିଆ ମ୍ୟାଚ୍‌ ଲାଗି ୨୦ ଲକ୍ଷ ଟଙ୍କା, ଟେଷ୍ଟ ମ୍ୟାଚ୍‌ ପାଇଁ ୩୦ ଲକ୍ଷ ଟଙ୍କା ଏବଂ ଟି୨୦ ମ୍ୟାଚ୍‌ ପାଇଁ ୧୫ ଲକ୍ଷ ଟଙ୍କା ପାଇଥାନ୍ତି। ୨୦୨୨ ଆଇପିଏଲ୍‌ରୁ ସେ ମଧ୍ୟ ୧୫ କୋଟି ପାଉଣା ପାଇଥିଲେ। ମୋଟ ସମ୍ପତ୍ତି ବିଷୟରେ କଥା ହେଲେ ସେ ପ୍ରାୟ ୯୧ କୋଟିର ମାଲିକ। ଗୁଜରାଟରେ ତାଙ୍କର ଭବ୍ୟ ବଙ୍ଗଳା ରହିଛି। ଏହାଛଡ଼ା ସେ ଅନେକ ରିୟଲ ଇଷ୍ଟେଟ ସମ୍ପତ୍ତିରେ ଟଙ୍କା ଲଗାଇଛନ୍ତି। ତାଙ୍କର ଅନେକ ଦାମୀ ଗାଡ଼ି ଏବଂ ଘଣ୍ଟାର କଲେକ୍ସନ ରହିଛି।

Share