Posted inଖେଳ

ବଢ଼ୁଛି ଅଡ଼ୁଆ, ଏବେ ହାର୍ଦ୍ଦିକଙ୍କ ହାତରୁ ଯିବ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦ?

ନୂଆଦିଲ୍ଲୀ,୧୯।୭: ଟି୨୦ ବିଶ୍ୱକପ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍‌ ଇଣ୍ଡିଆ ଲାଗି ଜବରଦସ୍ତ ପ୍ରଦର୍ଶନ କରିଥିଲେ। ଫାଇନାଲରେ ବୋଲିଂରେ ବଡ଼ କାରନାମା କରିବା ପରେ ତାଙ୍କୁ ‘ହିରୋ’ ବୋଲି କୁହାଯାଉଛି। ଅନେକ ପ୍ରଶଂସକ ଆଇପିଏଲ୍‌ ସମୟରେ କରିଥିବା ଟ୍ରୋଲିଂକୁ ନେଇ କ୍ଷମା ମାଗିଛନ୍ତି। ଏସବୁ ଦେଖି ତାଙ୍କର ଖରାପ ସମୟ ଶେଷ ହୋଇଗଲା ବୋଲି ଲାଗିଥିଲା। ହେଲେ ଏବେ ତାଙ୍କର ଛାଡ଼ପତ୍ର ହୋଇଛି। କେବଳ ସେତିକି ନୁହେଁ ଟି୨୦ ଅଧିନାୟକ ତାଙ୍କ ହାତରୁ ଅଣାଯାଇ ସୂର୍ଯ୍ୟକୁମାର ଯାଦବଙ୍କୁ ଦିଆଯାଇଛି। ଏପରିକି ଉପଅଧିନାୟକ ଦାୟିତ୍ୱ ମଧ୍ୟ କାଢ଼ି ନିଆଯାଇଛି। ଏବେ ଆଇପିଏଲ୍‌ଷର ମଧ୍ୟ ତାଙ୍କ ଅଧିନାୟକତ୍ୱ ଉପରେ କଳା ବାଦଲ ଢ଼ାଙ୍କି ହେବାରେ ଲାଗିଛି।

ଟି୨୦ରେ ସୂର୍ଯ୍ୟକୁମାରଙ୍କୁ ଅଧିନାୟକ କରାଯିବା ପରେ ଆଇପିଏଲ୍‌ ସମୀକରଣ ବଦଳିଛି। ଆଗାମୀ ଆଇପିଏଲ୍‌ରେ ହାର୍ଦ୍ଦିକଙ୍କୁ ହଟାଇ ସୂର୍ଯ୍ୟକୁମାରଙ୍କୁ ଦଳ ଅଧିନାୟକ କରିପାରେ। ଏହାପଛରେ କାରଣ ହେଉଛି ଗତ ଥରର ଟ୍ରୋଲିଂ।
ଅପରପକ୍ଷେ ରୋହିତ ବିଶ୍ୱକପ୍‌ ଜିତିବା ପରେ ମଜଭୂତ ସ୍ଥିତିକୁ ଫେରିଛନ୍ତି। ଏଣୁ ଫ୍ରାଞ୍ଚାଇଜ୍‌ ତାଙ୍କୁ ପୁଣି ଅଧିନାୟକ କରିବା ଉପରେ ବିଚାର କରିପାରେ। ଯଦି ସେ ରାଜି ନ ହୁଅନ୍ତି ତେବେ ସୂର୍ଯ୍ୟକୁମାରଙ୍କୁ ଦାବିଦାର କରାଯାଇପାରେ।

୨୦୨୫ରେ ମେଗା ଅକ୍ସନ ହେବ। ବର୍ତ୍ତମାନର ପଲିସି ଅନୁଯାୟୀ ମୁମ୍ବାଇ କେବଳ ୪ ଖେଳାଳିଙ୍କୁ ରିଟେନ କରିପାରିବ। ଏଥିରେ ଜଣେ ବିଦେଶୀ ଖେଳାଳି ରହିବେ। ଏଣୁ ମୁମ୍ବାଇକୁ ଜସପ୍ରିତ ବୁମ୍‌ରା, ରୋହିତ ଶର୍ମା, ସୂର୍ଯ୍ୟକୁମାର ଏବଂ ପାଣ୍ଡ୍ୟାଙ୍କ ମଧ୍ୟରେ ଚୟନ କରିବାକୁ ହେବ। ପାଣ୍ଡ୍ୟା ସମସ୍ତଙ୍କ ଠାରୁ ପଛରେ ରହୁଥିବାରୁ ତାଙ୍କୁ ଅକ୍ସନରେ ଯିବାକୁ ପଡ଼ିପାରେ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନୀରଜଙ୍କ ପାଇଁ ହୃଦୟର କଥା କହିଦେଲେ ମନୁ ଭାକର: ମୁଁ ତୁମର…

ନୂଆଦିଲ୍ଲୀ,୧୬।୯: ବ୍ରସେଲ୍ସରେ ଅନୁଷ୍ଠିତ ଡାଏମଣ୍ଡ ଲିଗ୍‌ ଫାଇନାଲରେ ଭାରତର ତାରକା ଜାଭେଲିନ ଖୋଳାଳି ନୀରଜ ଚୋପ୍ରା ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ସେ ଏକ ସେଣ୍ଟିମିଟର...

ଟ୍ରକ୍‌ ଡ୍ରାଇଭରଙ୍କ କଲର୍‌ ଧରିଦେଇଥିଲେ ଗୌତମ ଗମ୍ଭୀର: ବଡ଼ ଖୁଲାସା କଲେ ଆକାଶ ଚୋପ୍ରା

ନୂଆଦିଲ୍ଲୀ,୧୬।୯: ଟ୍ରକ ଡ୍ରାଇଭରଙ୍କ ସହ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ଲଢେଇର ଏକ ମଜାଳିଆ କାହାଣୀ ପୂର୍ବତନ ଭାରତୀୟ କ୍ରିକେଟର ଆକାଶ ଚୋପ୍ରା ବର୍ଣ୍ଣନା...

ଭଙ୍ଗା ହାତରେ ବ୍ରୁସେଲ୍ ଡାଇମଣ୍ଡ ଲିଗ୍ ଖେଳିଲେ ନୀରଜ, କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୫।୯: ଭାରତର ତାରକା ଜାଭେଲିନ୍ ଫିଙ୍ଗାଳି ନୀରାଜ ଚୋପ୍ରା ପୁଣି ଆହତ ହୋଇଛନ୍ତି। ବ୍ରୁସେଲ୍ ଡାଇମଣ୍ଡ ଲିଗରେ ଲଗାତାର ଦ୍ୱିତୀୟ ଥର ପାଇଁ ରନର୍ସ ଅପ୍...

ସାଫ୍‌ରେ ଓଡ଼ିଆ କ୍ରୀଡ଼ାବିତ୍‌ଙ୍କ ଚମକ

ଭୁବନେଶ୍ୱର, ୧୫।୯ (ତପନ ସ୍ବାଇଁ): ଚେନ୍ନାଇରେ ଶେଷ ହୋଇଥିବା ଜୁନିୟର ଦକ୍ଷିଣ ଏସୀୟ ଆଥ୍‌ଲେଟିକ୍ସ ଫେଡେରେଶନ୍‌ (ସାଫ୍‌) ଚାମ୍ପିୟନଶିପ୍‌ରେ ଭାରତ ଭଲ ପ୍ରଦର୍ଶନ କରିଛି। ମୋଟ...

ପାକିସ୍ତାନକୁ ହରାଇ ସେମିରେ ଭାରତ

ହୁଲୁନବୁଇର (ଚାଇନା), ୧୪।୯: ଏସିଆନ ପୁରୁଷ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ କ୍ରମାଗତ ଚମତ୍କାର ପ୍ରଦର୍ଶନ କରିଆସୁଛି। ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୨-୧ ଗୋଲ୍‌ରେ...

ଆଜିଠୁ କଳିଙ୍ଗରେ ଓଡ଼ିଶା ଏଫ୍‌ସିର ଅଭିଯାନ

ଭୁବନେଶ୍ୱର, ୧୪।୯ (ତପନ ସ୍ବାଇଁ): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ୨୦୨୩-୨୪ ଶୁକ୍ରବାର କୋଲକାତାରେ ଆରମ୍ଭ ହୋଇଛି। ଏହି ସମ୍ମାନଜନକ ଲିଗ୍‌ରେ ଭୁବନେଶ୍ୱରଭିତ୍ତିକ ଫ୍ରାଞ୍ଚାଇଜ୍‌ ଓଡ଼ିଶା...

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଚେନ୍ନାଇ ପହଞ୍ଚିଲେ ବିରାଟ, ସୁରକ୍ଷାକୁ ଦେଖିଲେ…, ଦେଖନ୍ତୁ ଭିଡିଓ

ଚେନ୍ନାଇ,୧୩।୯: ଭାରତୀୟ କ୍ରିକେଟ ଦଳର ଭେଟେରାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଶ୍ରୀଲଙ୍କା ବିପକ୍ଷ ଏକ ଦିବସୀୟ ସିରିଜ ପରେ ଲଣ୍ଡନ ଯାଇଥିଲେ, କିନ୍ତୁ ସେ ୧୯ତାରିଖରୁ...

ଭାରତର ୯୧ ବର୍ଷ ଟେଷ୍ଟ ଇତିହାସରେ ପ୍ରଥମଥର ଘଟିଲା ଏମିତି…

ଗ୍ରେଟର ନୋଏଡା,୧୩।୯: ଆଫଗାନିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଗ୍ରେଟର ନୋଏଡା ଟେଷ୍ଟକୁ ରଦ୍ଦ କରାଯାଇଛି। ଏପରିକି ଶୁକ୍ରବାର ଗୋଟିଏ ବି ବଲ ବୋଲିଂ କରାଯାଇପାରି ନାହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri