Categories: ଖେଳ

ପାଣ୍ଡ୍ୟାଙ୍କୁ ନେଇ ବଡ଼ ଖବର, ହୋଇପାରନ୍ତି ଅଧିନାୟକ

ନୂଆଦିଲ୍ଲୀ, ୦୮।୦୭: ଟି-୨୦ ବିଶ଼୍ବକପ୍‌ ବିଜୟ ପରେ ଭାରତୀୟ କ୍ରିକେଟ୍‌ ଟିମ୍‌ରେ ପରିବର୍ତ୍ତନ କରାଯିବା ନେଇ ସମ୍ଭାବନା ରହିଛି । ରୋହିତ ଶର୍ମା, ବିରାଟ କୋହଲି ଏବଂ ରବିନ୍ଦ୍ର ଜାଡ଼େଜା ଟି-୨୦ ଫର୍ମାଟ୍‌କୁ ଅଲ୍‌ବିଦା କହିଛନ୍ତି । ଏଥିରୁ ସ୍ପଷ୍ଟଯେ ଆଗକୁ ଟି-୨୦ରେ ନୂଆ ଖେଳାଳିଙ୍କୁ ସୁଯୋଗ ମିଳିବ । ଏଥିସହିତ ଟିମ୍‌କୁ ନୂଆ କ୍ୟାପ୍ଟେନ୍‌ ମଧ୍ୟ ମିଳିବ ।

ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା, ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ପେସ ବୋଲର ଜସପ୍ରୀତ୍‌ ବୁମ୍‌ରାଙ୍କୁ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ୱାନ୍‌ଡେ ସିରିଜ୍‌ରୁ ବାଦ ଦିଆଯିବାର ସମ୍ଭାବନା ରହିଛି । ଏହି ସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଭାର ଦିଆଯାଇପାରେ । କୁହାଯାଉଛି ଯେ ଏହି ତିନି ଖେଳାଳି ବିସିସିଆଇକୁ ଛୁଟି ମାଗିଛନ୍ତି ।

ରୋହତ ଶର୍ମା ୬ ମାସ ହେବ ବ୍ରେକ ନେଇ ନାହାନ୍ତି । ଡିସେମ଼୍ବର-ଜାନୁଆରାରେ ଖେଳା ଯାଇଥିବା ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ପରେ ସେ ସମସ୍ତ ସିରିଜ ଖେଳିଛନ୍ତି । ରୋହିତ ଏବଂ ବିରାଟ ଚମ୍ପିୟନ୍ସ ଟ୍ରଫି ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ୫୦ ଓଭର ବିଶିଷ୍ଟ ୩ ମ୍ୟାଚ ଖେଳିବେ । ଏହା ସେମାନଙ୍କ ଅଭ୍ୟାସ ପାଇଁ ଯଥେଷ୍ଟ ବୋଲି ବିସିସିଆଇ କହିଛି । ଆଗାମୀ କିଛି ମାସ ମଧ୍ୟରେ ଦୁହେଁ ଟେଷ୍ଟ ମ୍ୟାଚ୍କୁ ପ୍ରାଥମିକତା ଦେବେ । ଭାରତ ସେପ୍ଟେମ଼୍ବରରୁ ଜାନୁଆରୀ ୨୦୨୫ ମଧ୍ୟରେ ୧୦ ଟେଷ୍ଟ ମ୍ୟାଚ ଖେଳିବ ବୋଲି ଜଣାପଡ଼ିଛି ।

Share