Categories: ଖେଳ

ହୋଇଗଲା ସ୍ପଷ୍ଟ! ହାର୍ଦ୍ଦିକ-ନତାଶାଙ୍କ ସମ୍ପର୍କରେ ଫାଟ…

ନୂଆଦିଲ୍ଲୀ,୬।୭: ଟି୨୦ ବିଶ୍ୱକପ୍‌ ୨୦୨୪ରେ ସ୍ବତନ୍ତ୍ର ଯୋଗଦାନ ଦେଇଥିବା ଭାରତୀୟ କ୍ରିକେଟ ଟିମ୍‌ର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାରେ। କିଛି ଦିନ ଧରି ପତ୍ନୀ ନତାଶା ଷ୍ଟେନ୍‌କୋଭିକ୍‌ଙ୍କ ସହ ତାଙ୍କ ସମ୍ପର୍କରେ ତିକ୍ତତା ଆସିଥିବା ନେଇ ଖବର ପ୍ରକାଶ ପାଉଛି। ଏସବୁ ମଧ୍ୟରେ ହାର୍ଦ୍ଦିକ ନିରବ ରହିଆସୁଛନ୍ତି। ହେଲେ ଶୁକ୍ରବାର ଅପରାହ୍ନରେ ଅନନ୍ତ ଅମ୍ବାନୀଙ୍କ ସଙ୍ଗୀତ ସେରିମନିରେ ସେ ଏକାକୀ ପହଞ୍ଚିବା ପରେ ଛାଡ଼ପତ୍ର ହେବା ନିଶ୍ଚିତ ବୋଲି କୁହାଯାଉଛି।

ପାଣ୍ଡ୍ୟା ମୁମ୍ବାଇରେ ହେଉଥିବା ଅନନ୍ତ ଏବଂ ରାଧିକାଙ୍କ ସଙ୍ଗୀତ ସମାରୋହରେ ଏକାକୀ ସାମିଲ ହୋଇଥିଲେ। ହେଲେ ଅନ୍ୟ କ୍ରିକେଟରମାନେ ପତ୍ନୀଙ୍କ ସହ ଆସିଥିଲେ। ଏହି ଫଟୋ ଭାଇରାଲ ହେବା ପରେ ସ୍ତ୍ରୀଙ୍କ ସହ ତାଙ୍କ ସମ୍ପର୍କ ଠିକ୍‌ ଚାଲି ନ ଥିବା କୁହାଯାଉଛି।

ଏହାପୂର୍ବରୁ ପାଣ୍ଡ୍ୟା ମୁମ୍ବାଇରେ ଟିମ୍‌ ଇଣ୍ଡିଆ ଦ୍ୱାରା ଭବ୍ୟ ବିଶ୍ୱକପ୍‌ ବିଜୟ ପରେଡ୍‌ ସମାପ୍ତ କରିବା ପରେ ପରିବାର ସହ ଖୁସି ମନାଇଥିଲେ। ଏହା ପରେ ସେ ପୁଅ ଅଗସ୍ତ୍ୟଙ୍କ ସହ ଫଟୋ ପୋଷ୍ଟ କରିଥିଲେ। ହେଲେ ସ୍ତ୍ରୀ ନତାଶା ସେସବୁରେ ନ ଥିଲେ। ଏଣୁ ପ୍ରଶଂସକଙ୍କ ଚିନ୍ତା ବଢ଼ିଛି।

କେବଳ ଏତିକି ନୁହେଁ ନତାଶା ସ୍ବାମୀଙ୍କ ବିଶ୍ୱକପ୍‌ ସଫଳତା ପରେ ବି ସୋସିଆଲ ମିଡିଆରେ କୌଣସି ପୋଷ୍ଟ କରିନାହାନ୍ତି। ହେଲେ ଭାଉଜ ପଙ୍ଖୁଡ଼ି ଶର୍ମା ପାଣ୍ଡ୍ୟାଙ୍କୁ ମନଖୋଲି ଶୁଭେଚ୍ଛା ଜଣାଇଛନ୍ତି। ଏଣୁ ପାଣ୍ଡ୍ୟାଙ୍କ ବୈବାହିକ ଜୀବନ ଠିକ୍‌ ଚାଲୁ ନ ଥିବା କୁହାଯାଉଛି।

Share