Advertisement
Categories: ଖେଳ

ସ୍ତ୍ରୀ, ପୁଅଙ୍କୁ ମିସ୍‌ କରୁଛନ୍ତି ଏହି କ୍ରିକେଟର୍‌, କହିଲେ ଏମିତି କଥା

ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ୍‌ ଖେଲିବା ପାଇଁ ଏବେ ୟୁଏଇ ଗସ୍ତରେ ଯାଇଛନ୍ତି। ନିକଟରେ ପିତା ହୋଇଥିବା ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଦଳ ସହ ଯୋଡି ହୋଇଛନ୍ତି। ଏହି ସମୟରେ ସ୍ତ୍ରୀ ନତାଶା ଷ୍ଟାନକୋଭିକ୍‌ ଏବଂ ପୁଅ ଅଗସ୍ତ୍ୟ ମିସ୍‌ କରୁଥିବା କହିଚନ୍ତି। ଦୁହିଁଙ୍କୁ ଭିଡିଓ କଲ୍‌ରେ କଥା ହେଉଥିବାବେଳର ଫଟୋ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରି ପାଣ୍ଡ୍ୟା କହିଛନ୍ତି, ମୋ ଜୀବନରେ ୨ ଆଞ୍ଜେଲ୍‌କୁ ପାଇଁ ଧନ୍ୟ ହୋଇଯାଇଛି ବୋଲି ସେ କହିଛନ୍ତି। ନିକଟରେ ହାର୍ଦ୍ଦିକ ଲକ୍‌ଡାଉନ୍‌ରେ ନତାଶାଙ୍କୁ ବିବାହ କରିଥିଲେ। ଏହାପରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ୟୁଏଇରେ ପହଞ୍ଚିବା ପରେ ସେ ଟିମ୍‌ ପାଇଁ ଅଭ୍ୟାସ କରିବା ଆରମ୍ଭ କରିଦେଇଛନ୍ତି। ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୯ରୁ ୟୁଏଇରେ ଆଇପିଏଲ୍‌ ଆରମ୍ଭ ହେବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel