Categories: ଖେଳ

ଛାଡପତ୍ର ଚର୍ଚ୍ଚା ଭିତରେ ମୁଁହ ଖୋଲିଲେ ହାର୍ଦ୍ଦିକ ପାଣ୍ଡ୍ୟା: କହିଲେ, ବେଳେବେଳେ ଜୀବନ…

ନ୍ୟୁୟର୍କ,୨।୬: ଆଜିକାଲି ହାର୍ଦ୍ଦିକ ପାଣ୍ଡ୍ୟା ଅନେକ ଚର୍ଚ୍ଚାରେ ଅଛନ୍ତି। ଗୋଟିଏ ପଟେ ଆଇପିଏଲରେ ତାଙ୍କର ପ୍ରଦର୍ଶନ ଖରାପ ଥିଲା, ଅନ୍ୟ ପଟେ ତାଙ୍କ ସ୍ତ୍ରୀ ନତାଶା ଷ୍ଟାନ୍‌କୋଭିକ୍‌ଙ୍କ ସହ ଛାଡପତ୍ର ହେବାର ଖବର ସୋସିଆଲ ମିଡିଆରେ ଅନେକ ଆଲୋଡନ ସୃଷ୍ଟି କରିଛି। ତେବେ ହାର୍ଦ୍ଦିକ ଏବଂ ନତାଶା (ହାର୍ଦ୍ଦିକ ପାଣ୍ଡ୍ୟା ସ୍ତ୍ରୀ ନତାଶା ଷ୍ଟାନକୋଭିକ) ଏହି ଚର୍ଚ୍ଚାକୁ ଖୋଲାଖୋଲି ପ୍ରତିକ୍ରିୟା କରିନାହାଁନ୍ତି। ଏଥି ସହିତ ହାର୍ଦ୍ଦିକ ଟି-୨୦ ବିଶ୍ୱକପ ଖେଳିବାକୁ ଆମେରିକା ଆସିଛନ୍ତି। ବାଂଲାଦେଶ ବିପକ୍ଷ ୱାର୍ମ ଅପ ମ୍ୟାଚରେ ହାର୍ଦ୍ଦିକ ପୁଣିଥରେ ବ୍ୟାଟିଂ କରି ପ୍ରଶଂସକଙ୍କ ହୃଦୟ ଜିତିଥିଲେ। ବାଂଲାଦେଶ ବିପକ୍ଷ ମ୍ୟାଚରେ ହାର୍ଦ୍ଦିକ ୨୩ଟି ବଲରେ ୪୦ ରନର ଅପରାଜିତ ଇନିଂସ ଖେଳିଥିଲେ।
ଏଥିସହିତ ହାର୍ଦ୍ଦିକ ତାଙ୍କ କଷ୍ଟଦାୟକ ସମୟ ବିଷୟରେ କହିଛନ୍ତି, ମୁଁ ବିଶ୍ୱାସ କରେ ଯେ ଶେଷରେ ଆପଣଙ୍କୁ ଯୁଦ୍ଧରେ ରହିବାକୁ ପଡ଼ିବ, ବେଳେବେଳେ ଜୀବନ ଆପଣଙ୍କୁ ଏପରି ପରିସ୍ଥିତିରେ ରଖେ ଯେଉଁଠାରେ ଜିନିଷଗୁଡ଼ିକ କଷ୍ଟକର, କିନ୍ତୁ ମୁଁ ବିଶ୍ୱାସ କରେ ଯେ ଯଦି ଆପଣ ଖେଳ କିମ୍ବା କ୍ଷେତ୍ର ଛାଡ଼ି ଯାଆନ୍ତି, ତେବେ ଆପଣ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରିବେ ନାହିଁ। ତେଣୁ ଯୁଦ୍ଧ କର।
ପାଣ୍ଡ୍ୟା ଆହୁରି କହିଛନ୍ତି, ହଁ ଏହା ମୋ ପାଇଁ କଷ୍ଟସାଧ୍ୟ ହୋଇଛି, କିନ୍ତୁ ସେହି ସମୟରେ, ମୁଁ ଏହି ପ୍ରକ୍ରିୟା ଦ୍ୱାରା ଉତ୍ସାହିତ ହୋଇସାରିଛି, ମୁଁ ପୂର୍ବରୁ ଅନୁସରଣ କରିଆସୁଥିବା ସମାନ ରୁଟିନ ଅନୁସରଣ କରିବାକୁ ଚେଷ୍ଟା କରିଛି। ଗୀବନରେ ଖରାପ ପର୍ଯ୍ୟାୟ ଯାହା ଆସେ ଏବଂ ଯାଏ । ମୁଁ ଅନେକ ଥର ଏହା ଦେଇ ଗତି କରିଛି ଏବଂ ମୁଁ ମଧ୍ୟ ନିଶ୍ଚିନ୍ତ ଏଥିରୁ ବାହାରି ଆସିବି ।
ହାର୍ଦ୍ଦିକ ଏହା ମଧ୍ୟ କହିଛନ୍ତି, ସଫଳତାରେ ମୁଁ ବେଶି ଖୁସି ହୁଏ ନାହିଁ ଏବଂ ବିଫଳତା ମଧ୍ୟ ମୋତେ ଅଧିକ ପ୍ରଭାବିତ କରେ ନାହିଁ। ମୁଁ ଯାହା ଭଲ କରିଛି, ମୁଁ ସଙ୍ଗେ ସଙ୍ଗେ ଏହାକୁ ଭୁଲିଯାଏ ଏବଂ ଆଗକୁ ବଢେ।

Share