Categories: ଖେଳ

ଭାରତକୁ ଝଟକା: ବିଶ୍ୱକପରୁ ବାହାରିଲେ ହାର୍ଦ୍ଦିକ ପାଣ୍ଡ୍ୟା

ମୁମ୍ବାଇ,୪।୧୧: ବିଶ୍ୱକପ ୨୦୨୩ରେ ଇଣ୍ଡିଆ ଟିମକୁ ବଡ ଝଟକା ଲାଗିଛି। ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ୱକପରୁ ବାହାରି ଯାଇଛନ୍ତି। ବିଶ୍ୱକପରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ସେ ଆହତ ହୋଇଥିଲେ। ଏପରିକି ସେହି ମ୍ୟାଚରେ ସେ ମାତ୍ର ୩ଟି ବଲ ବୋଲିଂ କରିପାରିଥିଲେ। ଏହା ପରେ ଟିମ ଇଣ୍ଡିଆ ଗତ ତିନିଟି ମ୍ୟାଚରେ ତାଙ୍କ ବିନା ଖେଳିଥିଲା। ହାର୍ଦ୍ଦିକଙ୍କ ଗୋଡରେ ଆଘାତ ଲାଗିଥିଲା ଏବଂ ଚିକିତ୍ସା ପାଇଁ ବାଙ୍ଗାଲୋରର ନ୍ୟାସନାଲ କ୍ରିକେଟ ଏକାଡେମୀରେ ଥିଲେ। ବିଶ୍ୱକପରୁ ହାର୍ଦ୍ଦିକଙ୍କ ବହିଷ୍କାରକୁ ଆଇସିସି ନିଶ୍ଚିତ କରିଛି। ହାର୍ଦ୍ଦିକଙ୍କ ସ୍ଥାନରେ ଫାଷ୍ଟ ବୋଲର ପ୍ରଦିଶ କ୍ରିଷ୍ଣାଙ୍କୁ ଦଳରେ ସାମିଲ କରାଯାଇଛି।

Share