Categories: ଖେଳ

ରୋହିତଙ୍କୁ ନେଇ ଏପରି କହିଲେ ହାର୍ଦ୍ଦିକ

ନୂଆଦିଲ୍ଲୀ,୩।୮: ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଶଂସା କରିଛନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ତୃତୀୟ ଟି୨୦ ମୁକାବିଲାକୁ ଭାରତ ଜିତିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥା ହୋଇ କ୍ରିକେଟର କହିଛନ୍ତି, ରୋହିତ ଖେଳାଳିମାନଙ୍କୁ ସ୍ବାଧୀନତା ଦେଇଛନ୍ତି। ଏଥିଲାଗି ସମସ୍ତେ ବେଶ ସହଜ ବୋଧ କରନ୍ତି। ଅଧିନାୟକଙ୍କ ଏଭଳି ସ୍ବଭାବ ଯୋଗୁ ବିଫଳ ହେଲେ ବି ଖେଳାଳିମାନେ ନିଜର ଦାୟିତ୍ୱକୁ ଭୁଲି ନ ଥାନ୍ତି। ଖେଳାଳିମାନଙ୍କର ପ୍ରଦର୍ଶନ ଦେଖିଲେ ସବୁତକ ଶ୍ରେୟ ରୋହିତ ଏବଂ କୋଚ୍‌(ରାହୁଲ ଦ୍ରାବିଡ)ଙ୍କୁ ଯାଉଛି। ପରିଣାମ କ’ଣ ହେବ ଆମେ ଭାବୁ ନାହିଁ। କିଛି ନୂଆ କରିବାକୁ ଚେଷ୍ଟା କରୁ। କାରଣ ଭୁଲ କଲେ ହିଁ ସେଥିରୁ ଆମେ ଶିକ୍ଷା ପାଇ ପାରିବୁ ବୋଲି ସେ କହିଛନ୍ତି।

ଏହାଛଡ଼ା ପୁଣିଥରେ ବୋଲିଂ କରିବାକୁ ନେଇ ହାର୍ଦ୍ଦିକ କହିଛନ୍ତି, ମୁଁ ସର୍ବଦା ବୋଲିଂ କରିବାକୁ ଭଲପାଏ। ହେଲେ ପୁଣିଥରେ ତାହା କରିବାକୁ କିଛି ସମୟ ଲାଗିବ। ଜୀବନ ମୋତେ ଯାହା ବି ଦେଇଛି ସେଥିପାଇଁ ମୁଁ ନିଜକୁ ଭାଗ୍ୟବାନ ଭାବେ। ଯଦି କେହି ସଚ୍ଚୋଟତାର ସହ କଠିନ ପରିଶ୍ରମ କରନ୍ତି ତେବେ ଜୀବନର ଅଙ୍କାବଙ୍କା ରାସ୍ତାକୁ ସହଜରେ ପାର୍‌ ହୋଇଯିବେ ବୋଲି ସେ କହିଛନ୍ତି।

Share