ଅଲଗା ହେବାପରେ ପ୍ରଥମଥର ନତାଶାଙ୍କ ଫଟୋରେ ଏମିତି କମେଣ୍ଟ ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨୪।୭: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକ ଶେଷରେ ଅଲଗା ହୋଇଯାଇଛନ୍ତି। ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଉଭୟ ଏନେଇ ସୂଚନା ଦେଇଛନ୍ତି। ନତାଶା ପୁଅ ଅଗସ୍ତ୍ୟଙ୍କୁ ନେଇ ସର୍ବିଆ ପଳାଇଛନ୍ତି। ସେ ପ୍ରତିଦିନ ସେଠାରୁ ଅପଡେଟ ଶେୟାର୍‌ କରୁଛନ୍ତି। ନତାଶା ପୁଅ ସହିତ ମଜା ଏବଂ ଶପିଂ କରୁଥିବା ଦେଖିବାକୁ ମିଳିଛି। ନତାଶାଙ୍କ ଏହି ପୋଷ୍ଟରେ ହାର୍ଦ୍ଦିକ ପାଣ୍ଡ୍ୟା କମେଣ୍ଟ ଦେଇଛନ୍ତି। ଏହି ପୋଷ୍ଟରେ ହାର୍ଦ୍ଦିକ ଦୁଇଟି କମେଣ୍ଟ ଦେଇଛନ୍ତି। ଗୋଟିଏରେ ସେ ଏକ ହାର୍ଟ ଇମୋଜି ଦେଇଥିଲେ ଏବଂ ଅନ୍ୟଟିରେ ସେ ହାର୍ଟ ଏବଂ ହ୍ୟାଣ୍ଡ୍‌ ଇମୋଜି ଦେଇ ପ୍ରତିକ୍ରିୟା ପ୍ରକାଶ କରିଥିଲେ।

ନତାଶା ଷ୍ଟାନକୋଭିକ ଜଣେ ସର୍ବିଆର ମଡେଲ ଏବଂ ଅଭିନେତ୍ରୀ। ଏହି ଦମ୍ପତି ପ୍ରଥମେ ଏକ ନାଇଟ କ୍ଲବରେ ଭେଟିଥିଲେ। ଏହା ପରେ ହାର୍ଦ୍ଦିକ ନତାଶାଙ୍କୁ ତାଙ୍କ ଜୀବନ ସାଥୀ ହେବାକୁ ପ୍ରସ୍ତାବ ଦେଇଥିଲେ। ଏହି ଦମ୍ପତିଙ୍କର ପ୍ରଥମ ସନ୍ତାନ ଅଗସ୍ତ୍ୟ ପାଣ୍ଡ୍ୟା ୩୦ ଜୁଲାଇ ୨୦୨୦ରେ ଜନ୍ମଗ୍ରହଣ କରିଥିଲେ।

Share