Posted inଖେଳ

ମୁଁ ବିଛଣାରେ ଶୁଏନାହିଁ, ତଳେ ଶୋଇଯିବି; ଧୋନୀଙ୍କ ଉଦାରତାକୁ ମନେ ପକାଇଲେ ହାର୍ଦ୍ଦିକ…

ନୂଆଦିଲ୍ଲୀ,୧୯।୧୦: ଟିମ୍‌ ଇଣ୍ଡିଆର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ବହୁତ ସମ୍ମାନ ଦିଅନ୍ତି। ଧୋନୀ ମେଣ୍ଟର କମ୍‌ ଭାଇ ଅଧିକ ବୋଲି ସେ ମାନି ଆସିଛନ୍ତି। ଏବେ ହାର୍ଦ୍ଦିକ ଧୋନୀଙ୍କ ସହ ଜଡ଼ିତ ଏକ ସ୍ମରଣୀୟ ମୂହୁର୍ତ୍ତକୁ ସମସ୍ତଙ୍କ ସହ ବାଣ୍ଟିଛନ୍ତି। ଏହା ୨୦୧୯ ନ୍ୟୁଜିଲାଣ୍ଡ ଗସ୍ତ ସମୟର। ଏହି ସିରିଜରେ ସେ ବିଳମ୍ବରେ ନ୍ୟୁଜିଲାଣ୍ଡ ସହ ଯୋଡ଼ି ହୋଇଥିଲେ। ସେଠାରେ ସେ ୮ ମ୍ୟାଚ୍‌ରୁ ୬ଟିରେ ଖେଳିଥିଲେ।

ଉକ୍ତ ସମୟକୁ ମନେ ପକାଇ ହାର୍ଦ୍ଦିକ କହିଛନ୍ତି, ଧୋନୀ ହେଉଛନ୍ତି ଏଭଳି ଜଣେ ବ୍ୟକ୍ତି, ଯିଏ ମୋତେ ଆରମ୍ଭରୁ ବୁଝନ୍ତି। ମୁଁ କିପରି କାମ କରେ, ମୁଁ କେଉଁ ପ୍ରକାର ବ୍ୟକ୍ତି, ମୋତେ କ’ଣ ନାପସନ୍ଦ, ସବୁକିଛି ସେ ବୁଝନ୍ତି। ଯେତେବେଳେ ନ୍ୟୁଜିଲାଣ୍ଡ ସିରିଜ ପାଇଁ ମନୋନୀତ ହୋଇଥିଲି, ପ୍ରାରମ୍ଭରେ ମୋ ପାଇଁ ହୋଟେଲରେ କୌଣସି ରୁମ୍‌ ଉପଲବ୍ଧ ନ ଥିଲା। ହେଲେ ମୋତେ ତୁମେ ଆସି ଯାଅ। ଧୋନୀ ଆମକୁ କହଛନ୍ତି, ମୁଁ ବିଛଣାରେ ଶୁଏନାହିଁ। ସେ ମୋ ବିଛଣାରେ ଶୋଇବେ । ମୁଁ ତଳେ ଶୋଇଯିବି ବୋଲି କୁହାଯାଇଥିଲା। ଏଭଳି ଉଦାରତା କେବଳ ଧୋନୀଙ୍କ ପାଖରେ ଦେଖିବାକୁ ମିଳେ ବୋଲି ହାର୍ଦ୍ଦିକ କହିଛନ୍ତି।

କହିରଖୁଛୁ, ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ପ୍ରତ୍ୟାବର୍ତ୍ତନ କରି ହାର୍ଦ୍ଦିକ ୧୦ ଓଭରରେ ୪୫ ରନ୍‌ ଦେଇ ଦୁଇ ଉଇକେଟ ନେଇଥିଲେ। ତାଙ୍କୁ ବ୍ୟାଟିଂ କରିବାର ସୁଯୋଗ ମିଳି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2025 Retention List: ଫ୍ରାଞ୍ଚାଇଜ ଜାରି କଲେ ଲିଷ୍ଟ, ବାହାରିଲେ ପନ୍ତ, ଆୟର

ନୂଆଦିଲ୍ଲୀ,୩୧।୧୦: ସମସ୍ତ ଦଳ ଆଇପିଏଲ ୨୦୨୫ ପାଇଁ ସେମାନଙ୍କର ରିଟେନସନ ଲିଷ୍ଟ ପ୍ରକାଶ କରିଛନ୍ତି। ଡିଫେଣ୍ଡିଂ ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସ ଶ୍ରେୟସ ଆୟରଙ୍କୁ ରିଟେନ...

ଇଂଲଣ୍ଡ କ୍ରିକେଟର ବେନ୍ ଷ୍ଟୋକ୍ସଙ୍କ ଘରୁ ଚୋରି; ନେଇଗଲେ ବହୁ ମୂଲ୍ୟବାନ ଜିନିଷ

ନୂଆଦିଲ୍ଲୀ,୩୧।୧: ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କ ଘରେ ଚୋରି ହୋଇଛି। କିଛି ଦୁର୍ବୁତ୍ତ ତାଙ୍କ ଘରକୁ ଟାର୍ଗେଟ କରିଛନ୍ତି। ଏହି ସମୟରେ ଷ୍ଟୋକ୍ସ ପାକିସ୍ତାନରେ ଟେଷ୍ଟ...

ରୋହିତ-ଗମ୍ଭୀରଙ୍କ ମଧ୍ୟରେ ଫାଟ, ଅଧିନାୟକ-କୋଚ୍‌ଙ୍କ ମଧ୍ୟରେ ଜୋରଦାର କଥା କଟାକଟି!

ନୂଆଦିଲ୍ଲୀ,୩୦।୧୦: ଟି୨୦ ବିଶ୍ୱକପ୍‌ ୨୦୨୪ ବିଜୟ ପରେ ସେଲିବ୍ରେଶନ୍‌ ମୁଡ୍‌ରେ ଥିବା ଭାରତୀୟ ଟିମ୍‌ର ଖୁସିରେ ଲାଗିଛି ବ୍ରେକ୍‌। ଟି୨୦ ଫର୍ମାଟରେ ଦଳ ଜବରଦସ୍ତ ପ୍ରଦର୍ଶନ...

ଶୁଭମନ ଗିଲ୍‌ ନେଲେ ବଡ଼ ନିଷ୍ପତ୍ତି, ଅପେକ୍ଷାରେ ଥିବା ଏହି ଦଳକୁ ଲାଗିଲା ଝଟ୍‌କା

ନୂଆଦିଲ୍ଲୀ,୩୦।୧୦: ଆଇପିଏଲ୍‌ ରିଟେନ୍‌ଶନର ଅନ୍ତିମ ତାରିଖ ହେଉଛି ଅକ୍ଟୋବର ୩୧। ଏହା ପୂର୍ବରୁ ଅନେକ ଚମକାଇବା ଭଳି ଖବର ସାମ୍ନାକୁ ଆସୁଛି। ପ୍ରଥମରୁ ଶ୍ରେୟାସ ଆୟର,...

ଇନିଂସର ପ୍ରଥମ ବଲ୍‌ରେ ୧୦ ରନ୍‌; ଟେଷ୍ଟ କ୍ରିକେଟରେ ଘଟିଲା ଅଜବ ଘଟଣା; ଦେଖନ୍ତୁ Video

ନୂଆଦିଲ୍ଲୀ,୩୦।୧୦: ବାଲାଂଦେଶ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯାଉଛି। ଦକ୍ଷିଣ ଆଫ୍ରିକା ଏହି ସିରିଜକୁ ବିଜୟରୁ ଆରମ୍ଭ କରିଥିଲା।...

ପୁଣି ଆରସିବି ଅଧିନାୟକ ପଦ ସମ୍ଭାଳିବେ ବିରାଟ; ଆସିଲା ବଡ଼ ଖବର

ମୁମ୍ବାଇ,୩୦।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ପୁଣି ଦେଖିବାକୁ ମିଳିବ ବିରାଟଙ୍କ ଗର୍ଜନ। ଏବେ ଖେଳୀବା ବ୍ୟାଟିଂରେ ନୁହେଁ ବିରାଟ ପୁଣିଥରେ ରୟାଲ ଚ୍ୟାଲେଞ୍ଜର୍ସ...

‘ସେଞ୍ଚୁରୀ କୁଇନ୍‌’ ହେଲେ ସ୍ମୃତି ମନ୍ଧନା: ଭାଙ୍ଗିଦେଲେ ସବୁ ରେକର୍ଡ

ନୂଆଦିଲ୍ଲୀ,୩୦।୧୦: ସ୍ମୃତି ମନ୍ଧନା ତାଙ୍କ ନାମରେ ଏକ ଐତିହାସିକ ରେକର୍ଡ ସୃଷ୍ଟି କରିଛନ୍ତି। ସେ ବର୍ତ୍ତମାନ ଭାରତୀୟ ମହିଳା କ୍ରିକେଟ ଇତିହାସରେ ସର୍ବାଧିକ ଦିନିକିଆ ଶତକ...

୧୩ ହଜାର କି.ମି. ସାଇକେଲ ଚଳାଇ ରୋନାଲ୍‌ଡୋଙ୍କୁ ଭେଟିଲେ ପ୍ରଶଂସକ

ରିୟାଧ୍‌:ପ୍ରସିଦ୍ଧ ଫୁଟ୍‌ବଲର ତଥା କିମ୍ବଦନ୍ତୀ କ୍ରୀଡ଼ାବିତ କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କର ବିଶ୍ୱବ୍ୟାପୀ ପ୍ରଶଂସକ ରହିଛନ୍ତି। ସମ୍ପ୍ରତି ତାଙ୍କୁ ଭେଟିବା ପାଇଁ ଜଣେ ପ୍ରଶଂସକ ସାଇକେଲ ଯୋଗେ ୧୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri