Categories: ଖେଳ

କେବେ ପଡ଼ିଆକୁ ଫେରିବେ ପାଣ୍ଡ୍ୟା, ଫିଟ୍‌ନେସକୁ ନେଇ ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୨୬।୧୦: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ବାସ୍ଥ୍ୟକୁ ନେଇ ଏକ ନୂଆ ଅପଡେଟ୍‌ ସାମ୍ନାକୁ ଆସିଛି। ଅପଡେଟ୍‌ ଅନୁଯାୟୀ ହାର୍ଦ୍ଦିକ ଖୁବ୍‌ଶୀଘ୍ର ଟ୍ରେନିଂ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଏହି ସପ୍ତାହରୁ ବେଙ୍ଗାଲୁରୁର ଜାତୀୟ କ୍ରିକେଟ ଏକାଡେମୀରେ ଅଭ୍ୟାସ ଆରମ୍ଭ କରିବେ। ତାଙ୍କୁ ଇଞ୍ଜେକ୍ସନ ଦେଇ ମ୍ୟାଚ ପଠାଇବା ପାଇଁ ବିସିସିଆଇର ବିକଳ୍ପ ଥିଲା, କିନ୍ତୁ ବୋର୍ଡ ଚାହୁଁଛି ଯେ ପ୍ରାକୃତିକ ଢଙ୍ଗରେ ସମ୍ପୂର୍ଣ୍ଣ ଫିଟ ହେବା ପରେ ହାର୍ଦ୍ଦିକ ପଡ଼ିଆକୁ ଫେରନ୍ତୁ। କ୍ରମାଗତ ପାଞ୍ଚଟି ବିଜୟ ପରେ ଭାରତୀୟ ଦଳ ୧୦ ପଏଣ୍ଟ ସହ ବିଶ୍ୱକପ ସେମିଫାଇନାଲରେ ପହଞ୍ଚିବା ପଥରେ ଥିବାରୁ ପାଣ୍ଡ୍ୟାଙ୍କୁ ନିଜେ ସୁସ୍ଥ ହେବା ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯିବା ଉଚିତ୍‌ ବୋଲି ବୋର୍ଡ ନିଷ୍ପତ୍ତି ନେଇଛି। ସେଥିପାଇଁ ପାଣ୍ଡ୍ୟା ଟିମ ଇଣ୍ଡିଆର ପରବର୍ତ୍ତୀ ମ୍ୟାଚ ଖେଳିବେ ନାହିଁ।

ଅକ୍ଟୋବର ୧୯ରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଟିମ ଇଣ୍ଡିଆର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ। ପରିସ୍ଥିତି ଏପରି ଥିଲା ଯେ ତାଙ୍କୁ ତୁରନ୍ତ ମଇଦାନ ଛାଡିବାକୁ ପଡିଥିଲାା। ଏହା ପରେ ତାଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ମଧ୍ୟ ଦେଖିବାକୁ ମିଳି ନ ଥିଲା। ବର୍ତ୍ତମାନ ସେ ଟିମ ଇଣ୍ଡିଆର ପରବର୍ତ୍ତୀ ବିଶ୍ୱକପ ମ୍ୟାଚରେ ମଧ୍ୟ ଅନୁପସ୍ଥିତ ରହିବେ। ଏହି ସମୟରେ, ସେ ଏନସିଏରେ ରହିବେ ଏବଂ ତାଙ୍କ ପୁନରୁଦ୍ଧାର ଉପରେ ଧ୍ୟାନ ଦେବେ ।

Share