Categories: ଖେଳ

ଜୀବନକୁ ନେଇ ଏମିତି କହିଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ଆରମ୍ଭ ହେଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଶ୍ରୀଲଙ୍କା ଗସ୍ତ ପାଇଁ ଦଳ ଘୋଷଣା ହେବା ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ଚର୍ଚ୍ଚାରେ ରହିଛନ୍ତି। ନିଜର କ୍ରୀଡା ପୋଷାକ ବ୍ରାଣ୍ଡ ଲଞ୍ଚ କରିବାକୁ ପ୍ରଥମ ଥର ପାଇଁ ଜନସାଧାରଣଙ୍କ ସମ୍ମୁଖରେ ନଜର ଆସିଥିଲେ ପାଣ୍ଡ୍ୟା। ସ୍ତ୍ରୀ ନତାଶା ଷ୍ଟେକୋଭିଚଙ୍କଠାରୁ ଅଲଗା ହେବା ଏବଂ ଟି-୨୦ ଅଧିନାୟକତ୍ୱ ହାତରୁ ଯିବାପରେ ତାଙ୍କୁ ଏକ ସୁନ୍ଦର ହସ ସହିତ ଫିଟନେସ ବିଷୟରେ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା। ତେବେ ସେ ନତାଶା ଏବଂ ଅଧିନାୟକତ୍ୱ ସମ୍ପର୍କରେ କୌଣସି ବିବୃତ୍ତି ଦେଇନାହାଁନ୍ତି।
ଫିଟନେସ୍‌କୁ ନେଇ ପାଣ୍ଡ୍ୟା କହିଛନ୍ତି, ଯେତେବେଳେ ଆମ ଶରୀର କ୍ଳାନ୍ତ ହୁଏ ନାହିଁ, ସେତେବେଳେ ଆମର ମନ କ୍ଳାନ୍ତ ହୋଇଯାଏ। ଜୀବନରେ ଅନେକ ଥର ଯେତେବେଳେ ମୁଁ ମୋର ସୀମାକୁ ଆଗକୁ ବଢାଇବାକୁ ସକ୍ଷମ ଥିଲି,ସେତେବେଳେ ମୋର ମନ ଥକି ଯାଇଥିଲା, କିନ୍ତୁ ମୁଁ ମୋ ଶରୀରକୁ ଆଗକୁ ବଢିବାକୁ କହୁଥିଲି। ଜୀବନରେ ଚାଲେଞ୍ଜ ନେବା ସବୁଠୁ ବଡ଼ କାମ।
ବେଳେବେଳେ ଚିନ୍ତା ନକରି ନିଜ ମନକୁ ଶାନ୍ତ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ମୋର କୋଚ ମୋତେ ୧୦ଟି ପୁସଅପ କରିବାକୁ କୁହନ୍ତି ମୁଁ ସର୍ବଦା ୧୫ଟି ପୁସଅପ କରେ। ଏହା ମୋର ଦୃଢତା ବୃଦ୍ଧି କରିଛି ଏବଂ ମୁଁ ଭାବୁଛି ସମସ୍ତେ ଫିଟନେସ ଯାତ୍ରା ଆରମ୍ଭ କରିବାକୁ ଚାହୁଁଥିବା ବ୍ୟକ୍ତି ଏହା ଉପରେ ଧ୍ୟାନ ଦେବା ଉଚିତ୍‌।

Share