Categories: ଖେଳ

ଜାତୀୟ ଦଳକୁ ଫେରିବା ପାଇଁ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୭।୨: ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ରଣ୍‌ଜୀ ଟ୍ରଫିରେ ଅଂଶ ଗ୍ରହଣ କରିବେ ନାହିଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ସେ ଏବେ କେବଳ ଭାରତୀୟ ସୀମିତ ଓଭର ଦଳକୁ ଫେରିବା ଉପରେ ଧ୍ୟାନ ଦେଉଛନ୍ତି। ଏଥିଲାଗି ସେ ରଣଜୀ ଟ୍ରଫିରେ ନ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିଯୋଗୁ ବରୋଦା କ୍ରିକେଟ ଆସୋସିଏଶନ (ବିସିଏ) ପକ୍ଷରୁ ଘୋଷଣା କରାଯାଇଥିବା ୨୦ ଜଣିଆ ଦଳରେ ତାଙ୍କୁ ସ୍ଥାନ ମିଳିନାହିଁ।

ଗତ ବର୍ଷ ଟି୨୦ ବିଶ୍ୱକପ୍‌ ପରଠୁ ହାର୍ଦ୍ଦିକଙ୍କୁ ଜାତୀୟ ଦଳରେ ସ୍ଥାନ ମିଳି ନାହିଁ। ଆହତ ସମସ୍ୟା ଓ ରେହାବିଲିଟେଶନ ପାଇଁ ସେ ନିଜକୁ ଚୟନ ଲାଗି ଅନୁଉପଲବ୍ଧ କରିଛନ୍ତି। ଆଶା କରାଯାଉଛି, ୨୮ ବର୍ଷୀୟ ହାର୍ଦ୍ଦିକ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ପରବର୍ତ୍ତୀ ସିଜନ ଯୋଗେ ପ୍ରତିଦ୍ୱନ୍ଦିତାମୂଳକ କ୍ରିକେଟକୁ ଫେରିବେ।

Share