ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବର୍ତ୍ତମାନ ମୁମ୍ବାଇରେ ଅଛନ୍ତି। ନିକଟରେ ମୁମ୍ବାଇ ରାସ୍ତାରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏହି ଅବସରରେ ହାର୍ଦ୍ଦିକଙ୍କ ନୂଆ ରୂପ ଦେଖି ଲୋକମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି। କେହି ତାଙ୍କୁ ଚୋର କହୁଥିବା ବେଳେ ଆଉ କେହେ ଡ୍ରଗ୍ସ ଡିଲର ବୋଲି କହୁଛନ୍ତି। କାରଣ ସେ ପୁଣିଥରେ ଲଣ୍ଡା ହୋଇଛନ୍ତି। ତାଙ୍କର ଏହି ନୂଆ ରୂପକୁ ଦେଖି ପ୍ରଶଂକଙ୍କ ଟ୍ରୋଲ କରିବାରେ ଲାଗିପଡ଼ିଛନ୍ତି। ଏହି ଅବସରରେ ହାର୍ଦ୍ଦିକ ନୀଳ ରଙ୍ଗର ଏକ ଟି-ଶାର୍ଟ ସାଙ୍ଗକୁ ହାପ୍ ପ୍ୟାଣ୍ଟ, ମୁହଁରେ ମାସ୍କ ଏବଂ ପାଦରେ ସ୍ଲିପର ପିନ୍ଧିଥିବାର ଦେଖିବାକୁ ମିଳୁଛି। ହାର୍ଦ୍ଦିକଙ୍କ ଲଣ୍ଡା ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।