Categories: ଖେଳ

ବିଶ୍ୱର ସର୍ବକନିଷ୍ଠ କ୍ରିକେଟର ଭାବେ ବଡ଼ ଉପଲବ୍ଧି ହାସଲ କଲେ ପାଣ୍ଡ୍ୟା

ନୂଆଦିଲ୍ଲୀ,୭।୩: ଭାରତର ଦ୍ରୁତ ବୋଲର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ସର୍ବଦା ପ୍ରାଧାନ୍ୟ ବିସ୍ତାର କରନ୍ତି। ସୋସିଆଲ ମିଡିଆରେ ଅନେକ ପ୍ରଶଂସକ ତାଙ୍କୁ ଫଲୋ କରନ୍ତି। ସୋସିଆଲ ମିଡିଆ ଦୁନିଆରେ ହାର୍ଦ୍ଦିକ ଏକ ବଡ଼ ସଫଳତା ହାସଲ କରିଛନ୍ତି।
ଇନ୍‌ଷ୍ଟାଗ୍ରାମ୍‌ରେ ୨୫ ନିୟୁତ ଫଲୋଅର୍ସ ନିକଟରେ ପହଞ୍ଚିବାରେ ହାର୍ଦ୍ଦିକ ଦୁନିଆର ସବୁଠାରୁ କନିଷ୍ଠ କ୍ରିକେଟର ହୋଇପାରିଛନ୍ତି। କୌତୂହଳର ବିଷୟ, ରାଫେଲ ନାଡାଲ, ରୋଜର ଫେଡେରର, ମ୍ୟାକ୍ସ ଭର୍ଷ୍ଟାପେନ ଏବଂ ଏର୍ଲିଗ ହଲାଣ୍ଡଙ୍କ ପରି କେତେକ ବିଶ୍ୱ ତାରକାଙ୍କ ଅପେକ୍ଷା ହାର୍ଦ୍ଦିକଙ୍କର ଅଧିକ ଇନ୍‌ଷ୍ଟାଗ୍ରାମ ଫଲୋଅର୍ସ ଅଛନ୍ତି। କୃତଜ୍ଞତା ଜଣାଇ ହାର୍ଦ୍ଦିକ କହିଛନ୍ତି, ମୋର ସମସ୍ତ ପ୍ରଶଂସକଙ୍କୁ ପ୍ରେମ ପାଇଁ ଧନ୍ୟବାଦ। ସମସ୍ତ ପ୍ରଶଂସକ ମୋ ପାଇଁ ସ୍ବତନ୍ତ୍ର ଏବଂ ସେମାନେ ମୋତେ ବର୍ଷ ବର୍ଷ ଧରି ଦେଇଥିବା ପ୍ରେମ ଏବଂ ସମର୍ଥନ ପାଇଁ ଧନ୍ୟବାଦ ଦେବାକୁ ଚାହେଁ।
୨୦୧୬ରେ ଅନ୍ତର୍ଜାତୀୟ ପଦାର୍ପଣ ପରଠାରୁ ହାର୍ଦ୍ଦିକ କ୍ରିକେଟର ଭାବରେ ଭଲ ଫର୍ମରେ ଅଛନ୍ତି। ୨୦୧୮ ପରଠାରୁ ସେ ଟେଷ୍ଟରେ ସ୍ଥାନ ପାଇନାହାନ୍ତି। ପିଠି ଆଘାତରୁ ସୁସ୍ଥ ହେବା ପରେ ହାର୍ଦ୍ଦିକ ଜୁନ୍‌ ୨୦୨୨ ପରଠାରୁ ଭାରତର ସୀମିତ ଓଭର ଦଳରେ ପ୍ରମୁଖ ଖେଳାଳି ରହିଆସିଛନ୍ତି। ପାଣ୍ଡ୍ୟା ଏବେ କ୍ରିକେଟ୍‌ଠାରୁ ଦୂରରେ ଅଛନ୍ତି। ତାଙ୍କୁ ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜରେ ଖେଳୁଥିବା ଦେଖିବାକୁ ମିଳିବ।

 

Share