ଆବୁଧାବି,୪।୧୧: ଟିମ୍ ଇଣ୍ଡିଆ ବୁଧବାର ଖେଳିଥିବା ଟି୨୦ ବିଶ୍ୱକପ୍ର ତୃତୀୟ ମ୍ୟାଚ୍ରେ ପ୍ରଥମ ବିଜୟ ସ୍ବାଦ ଚାଖିଛି। ଆଫଗାନିସ୍ତାନକୁ ଦଳ ସୁପର-୧୨ ରାଉଣ୍ଡରେ ୬୬ ରନ୍ରେ ହରାଇଥିଲା। ଏହି ମ୍ୟାଚ୍କୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। କିଛି ଦିନ ପୂର୍ବ ଯାଏ ହାର୍ଦ୍ଦିକଙ୍କ ଫିଟ୍ନେସକୁ ନେଇ ପ୍ରଶ୍ନ କରାଯାଉଥିଲା। ହେଲେ ଏବେ ମ୍ୟାଚ୍ରେ ହାର୍ଦ୍ଦିକ ଧରିଥିବା କ୍ୟାଚ୍ ସେଥିରେ ପୂର୍ଣ୍ଣଚ୍ଛେଦ ପକାଇଛି। ସୋସିଆଲ ମିଡିଆରେ ସେ ସମ୍ପର୍କିତ ଅନେକ ଭିଡିଓ ଭାଇରାଲ ହେଉଛି।
ଆଫଗାନିସ୍ତାନ ପାଳିର ସପ୍ତମ ଓଭରରେ ରବିନ୍ଦ୍ର ଜାଡେଜା ଅଫ୍ ଷ୍ଟମ୍ପ ବାହାରେ ବଲ ପକାଇଥିଲେ। ଏହାକୁ ନେଇ ଗୁରବାଜ ଆଗକୁ ଆସି ଜବରଦସ୍ତ ଶଟ୍ ଖେଳିଥିଲେ। ବଲ୍ ଉପରକୁ ଯାଇଥିଲେ ହେଁ ବାଉଣ୍ଡ୍ରି ଲାଇନ୍ ବାହାରକୁ ଯାଇପାରି ନ ଥିଲା। ଓ୍ବାଇଡ୍ ଲଂଗ ଅନ୍ରେ ଥିବା ହାର୍ଦ୍ଦିକ ପ୍ରାୟ ୩୦ ପାଦ ଦୈଡ଼ି ଉକ୍ତ କ୍ୟାଚ୍କୁ ଧରିଥିଲେ। ସାଧାରଣ ଲାଗୁଥିଲେ ହେଁ କ୍ୟାଚ୍ଟି କଷ୍ଟକର ଥିଲା। ଏହାକୁ ନେଇ ଲୋକେ ହାର୍ଦ୍ଦିକଙ୍କ ପ୍ରଶଂସା କରାଯାଉଛି।