Categories: ଖେଳ

ହାର୍ଦ୍ଦିକଙ୍କୁ ଦଳରେ ସାମିଲ କରିବା ପାଇଁ ୧୦୦ କୋଟିରୁ ଅଧିକ ଟଙ୍କା ବ୍ୟୟ କରିଛି ମୁମ୍ବାଇ ଇଣ୍ଡିଆନ୍ସ

ନୂଆଦିଲ୍ଲୀ,୨୫।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୪ ପୂର୍ବରୁ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳରେ ସାମିଲ କରିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଗୁଜରାଟ ଟାଇଟାନ୍ସକୁ ପ୍ରାୟ ୧୦୦ କୋଟି ଟଙ୍କା ଦେଇଥିବା ଏକ ରିପୋର୍ଟରୁ ଜଣା ପଡିଛି। ପାଣ୍ଡ୍ୟା ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସରେ ଥିଲେ ପରେ ଗୁଜରାଟ ଟାଇଟାନ୍ସକୁ ଯାଇଥିଲେ। ସେଠାରେ ସେ ନୂଆ ଦଳର ନେତୃତ୍ୱ ନେଇ ଦୁଇ ବର୍ଷରେ ଗୋଟିଏ ଥର ଚମ୍ପିୟନ କରାଇବା ସହିତ ଗତ ବର୍ଷ ରନର୍ସଅପ୍ କରାଇଥିଲେ।

ତେବେ ୨୦୨୪ ଆଇପିଏଲ ନିଲାମ ପୂର୍ବରୁ ଦୃଶ୍ୟପଟରେ ପରିବର୍ତ୍ତନ ହୋଇଥିଲା ଏବଂ ହାର୍ଦ୍ଦିକ ଏକ ଟ୍ରେଡ ପ୍ରକ୍ରିୟାର ତାଙ୍କର ପୁରୁଣା ଟିମ୍ ମୁମ୍ବାଇକୁ ଫେରିଥିଲେ। ଏହି ଡିଲରେ ହାର୍ଦ୍ଦିକଙ୍କୁ ମୁମ୍ବାଇ ୧୫ କୋଟି ଟଙ୍କାରେ ଦଳରେ ସାମିଲ କରିଥିଲା। ତେବେ ଏହି ୧୫ କୋଟି ଟଙ୍କା ପୁରା ଦୁନିଆ ଦେଖିଥିଲା ବେଳେ ପାଣ୍ଡ୍ୟାଙ୍କୁ ଦଳରେ ସାମିଲ କରିବା ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ଟ୍ରାନ୍ସଫର ଫି ମୁତାବକ ଗୁଜରାଟ ଟାଇଟାନ୍ସକୁ ପ୍ରାୟ ୧୦୦ କୋଟି ଟଙ୍କା ଦେଇଥିବା ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ କରିଛି। ଯାହା ୟୁରୋପିଆନ ଫୁଟବଲ ଟ୍ରାନ୍ସଫର ପରି ମନେ ହେଉଛି।

ସିଭିସି କ୍ୟାପିଟାଲ ମାଲିକାନାରେ ଥିବା ଗୁଜରାଟ ଟାଇଟାନ୍ସର ୧୦ ବର୍ଷର ଟୁର୍ନାମେଣ୍ଟରେ ସାମିଲ ହେବା ପାଇଁ ବିସିସିଆଇକୁ ୫୬୨୫ କୋଟି ଟଙ୍କା ଦେଇଥିଲା। ଚଳିତ ବର୍ଷ ନିଲାମୀରେ କମ୍ପାନୀ କିଛି ତାରକା ଖେଳାଳିଙ୍କୁ ଦଳରେ ସାମିଲ କରିଛି। ଏହା ବ୍ୟତୀତ ମୁମ୍ବାଇ ଠାରୁ ପାଇଥିବା ଟଙ୍କା କମ୍ପାନୀର ବାଲାନ୍ସ ସିଟରେ ଚଳିତ ବର୍ଷ ଶେଷରେ ଦେଖାଯିବ। ଯାହା କମ୍ପାନୀର ବଜାର ମୂଲ୍ୟ ବୃଦ୍ଧି କରିବ।

 

 

Share