Categories: ଖେଳ

ଭୋ ଭୋ ହୋଇ କାନ୍ଦିଲେ ହାର୍ଦ୍ଦିକ ପାଣ୍ଡ୍ୟା

ମେଲବୋର୍ନ,୨୩।୧୦:ଟି-୨୦ ବିଶ୍ୱକପର ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ସ୍ମରଣୀୟ ବିଜୟ ପରେ ହାର୍ଦ୍ଦିକ ପାଣ୍ଡ୍ୟା ଭାବପ୍ରବଣ ହୋଇପଡିଛନ୍ତି। ଏହି ଷ୍ଟାର ଅଲରାଉଣ୍ଡର ଟିମ ଇଣ୍ଡିଆର ବିଜୟରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପ୍ରଥମ ବୋଲିଂରେ ସେ ମାତ୍ର ୩୦ ରନ ଦେଇ ୩ଟି ଉଇକେଟ ନେଇଥିଲେ। ପରେ ବିରାଟ କୋହଲିଙ୍କ ସହ ପ୍ରତିକୂଳ ପରିସ୍ଥିତିରେ ପଞ୍ଚମ ଉଇକେଟ ପାଇଁ ୭୮ ବଲରେ ୧୧୩ ରନ ଯୋଡିଥିଲେ। ୨୯ ବର୍ଷୀୟ ଅଲରାଉଣ୍ଡର ପାଣ୍ଡ୍ୟା ଏହି ପ୍ରଦର୍ଶନକୁ ତାଙ୍କ ସ୍ବର୍ଗତଃ ପିତାଙ୍କୁ ଉତ୍ସର୍ଗ କରିଛନ୍ତି।
ମ୍ୟାଚ୍‌ ପରେ ଏକ ସାକ୍ଷାତକାରରେ ସେ ଭାବପ୍ରବଣ ହୋଇପଡିଥିଲେ। ସେ ତାଙ୍କ ପିତାଙ୍କୁ ମନେ ପକାଇ ଭୋ ଭୋ ହୋଇ କାନ୍ଦିଥିଲେ। ହାର୍ଦ୍ଦିକ କହିଛନ୍ତି, ମୁଁ ମୋ ପିଲାକୁ ବହୁତ ଭଲ ପାଏ, କିନ୍ତୁ ପିଲାମାନଙ୍କ ପାଇଁ ସହର ଛାଡି ପାରିବି ନାହିଁ। ଯେତେବେଳେ ଆମେ ୨ ଭାଇଙ୍କୁ ୬ ବର୍ଷ ବୟସ ହୋଇଥିଲା, ଆମେ ଗୋଟିଏ ସହର ଛାଡି କ୍ରିକେଟ କ୍ୟାରିୟର ପାଇଁ ଅନ୍ୟ ସହରକୁ ଆସିଥିଲୁ। ଏହା ଏକ ବଡ ଚ୍ୟାଲେଞ୍ଜ୍‌ ଥିଲା। ଏହା କହିବାବେଳେ ହାର୍ଦ୍ଦିକଙ୍କ ଆଖିରୁ ଲୁହ ଝରିବାକୁ ଲାଗିଥିଲା। ତାଙ୍କ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Share