ହାର୍ଦ୍ଦିକଙ୍କ ସହ ଛାଡପତ୍ର ଖବର ଉପରେ ନୀରବତା ଭାଙ୍ଗିଲେ ନତାଶା, ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୧୧।୭: ଗତ କିଛି ମାସ ହେବ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକଙ୍କ ଛାଡପତ୍ର ଖବର ଚର୍ଚ୍ଚାରେ ରହିଛି। ବିଭିନ୍ନ ପ୍ରକାରର ଗୁଜବ ସାମ୍ନାକୁ ଆସିଛି ଏବଂ ଏହା ମଧ୍ୟ କୁହାଯାଇଥିଲା ଯେ ଛାଡପତ୍ର ହେଲେ ନତାଶା ହାର୍ଦ୍ଦିକଙ୍କ ୭୦ ପ୍ରତିଶତ ସମ୍ପତ୍ତି ନେଇପାରିବେ। ବର୍ତ୍ତମାନ ଶେଷରେ ନତାଶା ଏହି ପ୍ରସଙ୍ଗରେ ନୀରବତା ଭାଙ୍ଗିଛନ୍ତି। ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ସମ୍ପୂର୍ଣ୍ଣ ସୂଚନା ନ ପାଇବା ପର୍ଯ୍ୟନ୍ତ କାହାର ଚରିତ୍ର ଉପରେ ପ୍ରଶ୍ନ ନ କରିବାକୁ ଅନୁରୋଧ କରୁଛନ୍ତି ।

ଭାଇରାଲ ଭିଡିଓରେ ନତାଶା କହିଛନ୍ତି, ମୁଁ ବସି କଫି ଉପଭୋଗ କରୁଥିଲି ଯେତେବେଳେ ମୋ ମନକୁ ଏକ ଚିନ୍ତା ଆସିଲା କି ଲୋକମାନେ କାହାର ଚରିତ୍ରକୁ ଶୀଘ୍ର ବିଚାର କରିଦିଅନ୍ତି। ଯଦି ଜଣେ ବ୍ୟକ୍ତି ଭିନ୍ନ ଆଚରଣ କରୁଛନ୍ତି ତେବେ ଲୋକମାନେ ତାଙ୍କ ପ୍ରତି କୌଣସି ସହାନୁଭୂତି ନ ଦେଖାଇ ତାଙ୍କ ଚରିତ୍ର ଉପରେ ଆଙ୍ଗୁଳି ଦେଖାନ୍ତି। ସେମାନେ ଜାଣି ନାହାଁନ୍ତି କ’ଣ ହୋଇଛି ଏବଂ ଏହା ପଛରେ ପୂରା କାହାଣୀ କ’ଣ? ଦୟାକରି କାହାର ଚରିତ୍ରକୁ ଏତେ ଶୀଘ୍ର ବିଚାର କରନ୍ତୁ ନାହିଁ, କିଛି ସହାନୁଭୂତି ଦେଖାନ୍ତୁ ଏବଂ ଧୌର୍ଯ୍ୟ ମଧ୍ୟ ରଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଗସ୍ତ ପାଇଁ ଇଂଲଣ୍ଡ ଦଳ ଘୋଷଣା

ଲଣ୍ଡନ,୨୨।୧୨: ଜାନୁଆରୀ ୨୨ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ଏବଂ ଦିନିକିଆ ସିରିଜ ଖେଳାଯିବ। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ ଏଥିପାଇଁ ଦଳ...

ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା

ସିଡନୀ,୨୨।୧୨: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ ଟେଷ୍ଟ ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମା ଆହତ ହୋଇଛନ୍ତି। ରବିବାର ଅଭ୍ୟାସ ସମୟରେ ରୋହିତଙ୍କ ଆଣ୍ଠୁରେ ଆଘାତ...

ବିବାହ ପରେ ଅଭିନୟଜଗତକୁ ବାଏ ବାଏ କହିଲେ ଏହି ସାଉଥ୍‌ ଅଭିନେତ୍ରୀ! ପ୍ରଶଂସକ ନିରାଶ 

ହାଇଦ୍ରାବାଦ: ବିବାହ ପରେ ବଡ଼ ନିଷ୍ପତ୍ତି ନେଇଛନ୍ତି ସାଉଥ୍‌ ଅଭିନେତ୍ରୀ କୀର୍ତ୍ତି ସୁରେଶ। ସେଇଟି ହେଲା ଅଭିନୟ ଦୁନିଆକୁ ବାଏ ବାଏ କରିବା। ଏକଥା ଆମେ...

Asia Cup 2024: ବାଂଲାଦେଶକୁ ହରାଇ ପ୍ରତିଶୋଧ ନେଲା ଭାରତ

ନୂଆଦିଲ୍ଲୀ,୨୨।୧୨: ଅଣ୍ଡର -୧୯ ମହିଳା ଏସିଆ କପ ୨୦୨୪ରେ ଭାରତୀୟ କ୍ରିକେଟ ଦଳ ବାଂଲାଦେଶକୁ ପରାସ୍ତ କରି ଟାଇଟଲ ଜିତିଛି। ଚଳିତ ବର୍ଷ ଭାରତର ଯୁବ...

କେ ଏଲ୍‌ ରାହୁଲଙ୍କ ପରେ ରୋହିତ ଶର୍ମା ଆହତ, ଟିମ୍‌ ଇଣ୍ଡିଆର ବଢ଼ିଲା ଚିନ୍ତା…

ନୂଆଦିଲ୍ଲୀ,୨୨।୧୨: ବର୍ଡର-ଗାଭାସ୍କର ଟ୍ରଫିରେ ଆଉ ୨ ମୁକାବିଳା ଖେଲାଯିବ। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଲାଗି ଟୁର୍ନାମେଣ୍ଟ ଗୁରୁତ୍ୱ ରଖୁଥିବାରୁ ଉଭୟ ଟିମ୍‌ ଲାଗି ବିଜୟ ଗୁରୁତ୍ୱ...

ଆପଣ କେରମ ବଲରେ ବୋଲ୍ଡ କରିଦେଲେ, ଆର ଅଶ୍ୱିନଙ୍କ ପାଇଁ ଏମିତି ଲେଖିଲେ ମୋଦି

ନୂଆଦିଲ୍ଲୀ,୨୨।୧୨: ବ୍ରିସବେନରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ ପରେ ଭାରତୀୟ ଦଳର ଭେଟେରାନ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିକଟରେ ଅବସର ନେଇଛନ୍ତି। ମ୍ୟାଚ...

୨୩ ଫେବୃଆରୀରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ!, ମାର୍ଚ୍ଚରେ ଫାଇନାଲ

ନୂଆଦିଲ୍ଲୀ,୨୨।୧୨: ୨୦୨୫ ଚାମ୍ପିଅନ୍ସ ଟ୍ରଫି ବିଷୟରେ ବର୍ତ୍ତମାନ ବିଶ୍ୱ କ୍ରିକେଟ ରେ ଏକ ଆଲୋଚନା ହେଉଛି । ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ଆରମ୍ଭ ହେବାକୁ ଦୁଇ...

ମୋ ନାଁରେ ମିଛ ପ୍ରଚାର ହେଉଛି ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ,୨୧।୧୨: ତେଲୁଗୁ ସୁପରଷ୍ଟାର ଅଲୁ ଅର୍ଜୁନ ଶନିବାର ସାରେ ଜୁବୁଲି ପାହାଡରେ ଥିବା ତାଙ୍କ ବାସଭବନରେ ଗଣମାଧ୍ୟମକୁ ଏକ ବଡ଼ ବୟାନ ଦେଇଛନ୍ତି। ପୁଷ୍ପା-୨ ଦଳାଚକଟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri