Posted inଖେଳ

ମିଳିଲା ସୂଚନା, ହାର୍ଦ୍ଦିକ୍‌ ପାଣ୍ଡ୍ୟା ହେବେ କ୍ୟାପ୍ଟେନ୍‌

ନୂଆଦିଲ୍ଲୀ, ୧୬।୦୭: ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ଟି-୨୦ ସିରିଜ୍‌ରେ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦଳର କ୍ୟାପ୍ଟେନ୍‌ ହେବେ ବୋଲି ସୂଚନା ମିିଳିଛି । ଶ୍ରୀଲଙ୍କା ବିପକ୍ଷରେ ଖେଳାଯିବାକୁ ଥିବା ଟି-୨୦ ସିରିଜ୍‌ରେ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦଳର କ୍ୟାପ୍ଟେନ୍‌ ହେବେ ବୋଲି ସୂଚନା ମିିଳିଛି । ଏହି ସିରିଜ୍‌ରେ ୩ ମ୍ୟାଚ୍‌ ଖେଳାଯିବ । ଚଳିତ ବର୍ଷ ଆସିସିର ଟି-୨୦ ବିଶ଼୍ବକପ୍‌ ଜିତିବାରେ ହାର୍ଦ୍ଦିକ ପାଣ୍ଡ୍ୟା ମୁଖ୍ୟ ଭୂମିକା ଗ୍ରହଣ କରିଥିବା କୁହାଯାଉଛି । ସେଥିପାଇଁ ବିସିସିଆଇ ତାଙ୍କ ଉପରେ ଭରସା କରିଥିବା ଚର୍ଚ୍ଚା ହେଉଛି ।

ସୂଚନା ଥାଉକି, ବିଶ଼୍ବକପ୍‌ ବିଜୟ ପରେ ଭାରତୀୟ କ୍ରିକେଟ ଦଳ ଚଳିତ ମାସ ଶେଷଆଡ଼କୁ ଶ୍ରୀଲଙ୍କା ଗସ୍ତରେ ଯିବାକୁ ପ୍ରସ୍ତୁତ ହେଉଛି । ଟିମ ଇଣ୍ଡିଆ ଏହି ଗସ୍ତରେ ଟି -୨୦ ଏବଂ ୱାନ୍‌ଡେ ସିରିଜ ଶ୍ରୀଲଙ୍କା ସହ ଖେଳିବ। ତେବେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟକ୍ତିଗତ କାରଣରୁ ୱାନ୍‌ଡେ ସିରିଜରେ ଚୟନ ନକରିବାକୁ ବିସିସିଆଇକୁ ଅନୁରୋଧ କରିଛନ୍ତି। ଭାରତୀୟ ଦଳ ୨୭ ଜୁଲାଇରୁ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜ ଖେଳିବାକୁ ଯାଉଥିବା ବେଳେ ୱାନ୍‌ଡେ ସିରିଜ ୨ ଅଗଷ୍ଟରୁ ଖେଳିବାକୁ ଯାଉଛି ।

ଟିମ ଇଣ୍ଡିଆର ନବନିଯୁକ୍ତ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର କୋଚ୍‌ ଭବେ ତାଙ୍କର ନୂତନ ଇନିଂସ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି । ସେ ଶ୍ରୀଲଙ୍କା ଗସ୍ତରୁ କୋଚ ଭାବରେ ଭାରତୀୟ ଦଳର ଦାୟିତ଼୍ବ ଗ୍ରହଣ କରିବେ। ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ ଭାରତୀୟ ଦଳର ବରିଷ୍ଠ ଖେଳାଳି ରୋହିତ ଶର୍ମା, ବିରାଟ କୋହଲି ଏବଂ ଜସପ୍ରୀତ ବୁମ୍ରା ଏହି ସିରିଜରୁ ବିରତି ପାଇଁ ଦାବି କରିଛନ୍ତି। ଏହି ଗସ୍ତ ପାଇଁ ସମସ୍ତ ବରିଷ୍ଠ ଖେଳାଳି ଯାଆନ୍ତୁ ବୋଲି ଗମ୍ଭୀର ଚାହୁଁଛନ୍ତି। ହେଲେ ଏହି ସମୟରେ, ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟକ୍ତିଗତ କାରଣରୁ ୱାନ୍‌ଡେ ସିରିଜରୁ ଦୂରେଇ ରହିପାରନ୍ତି ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ ମେଗା ନିଲାମୀରେ ସାମିଲ ହେବେ ଋଷଭ ପନ୍ତ! ଆରସିବିରେ ସାମିଲ କରିବାକୁ ବିରାଟ ଆଗ୍ରହୀ

ନୂଆଦିଲ୍ଲୀ,୨୪।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଆଗାମୀ ସିଜିନ୍ ପାଇଁ ଖୁବଶୀଘ୍ର ମେଗା ନିଲାମ ହେବାକୁ ଯାଉଛି। ରିପୋର୍ଟ ଅନୁସାରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ତଥା...

IND vs NZ: ଦ୍ୱିତୀୟ ଟେଷ୍ଟରେ ଟସ୍‌ ଜିତି ନ୍ୟୁଜିଲାଣ୍ଡର ବ୍ୟାଟିଂ ନିଷ୍ପତ୍ତି, ୩ ପରିବର୍ତ୍ତନ ସହ ଓହ୍ଲାଇଲା ଟିମ୍‌ ଇଣ୍ଡିଆ

ପୁଣେ,୨୪।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ପୁଣେରେ ଖେଳାଯାଉଛି। ଗୁରୁବାର ଖେଳାଯାଉଥିବା ଏହି ଟେଷ୍ଟ ମ୍ୟାଚ୍‌ର ଟସ୍‌ ନ୍ୟୁଜିଲାଣ୍ଡ ଜିତି ପ୍ରଥମେ ବ୍ୟାଟିଂ...

୨୦ ଓଭରରେ ୩୪୪ ରନ୍‌ କରି ବିଶ୍ୱ ରେକର୍ଡ କଲା ଏହି ଟିମ୍‌

ନୂଆଦିଲ୍ଲୀ,୨୩।୧୦: ଟି୨୦ ଅନ୍ତର୍ଜାତୀୟ କ୍ରିକେଟ ଇତିହାସରେ ସବୁଠାରୁ ବଡ଼ ସ୍କୋରର ନୂଆ ରେକର୍ଡ କରିଛି ଜିମ୍ବାଓ୍ବେ। ସିକନ୍ଦର ରାଜାଙ୍କ ଅଧିନାୟକତ୍ୱରେ ଦଳ ଗାମ୍ବିଆ ବିପକ୍ଷ ଟି୨୦...

କୋହଲିଙ୍କୁ ପଛରେ ପକାଇଲେ ପନ୍ତ, ଏବେ ହେବ ଆର୍‌ସିବିରେ ଏଣ୍ଟ୍ରି!

ନୂଆଦିଲ୍ଲୀ,୨୩।୧୦: ଟିମ୍‌ ଇଣ୍ଡିଆ ଉଇକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ପୁଣିଥରେ ଫର୍ମକୁ ଫେରିଛନ୍ତି। ବାଲାଂଦେଶ ବିପକ୍ଷ ଟେଷ୍ଟରେ ଶତକ ଲଗାଇବା ପରେ ଏବେ ସେ ନ୍ୟୁଜିଲାଣ୍ଡ...

ପାକିସ୍ତାନ କୋଚ୍‌ଙ୍କ ସ୍ଥାନ ନେବେ ପାର୍ଥିବ ପଟେଲ, ହେବେ ଏହି ଦଳର ବ୍ୟାଟିଂ କୋଚ୍‌…

ନୂଆଦିଲ୍ଲୀ,୨୨।୧୦: ପୂର୍ବତନ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲଙ୍କ ବିଷୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ସେ ଖୁବ୍‌ଶୀଘ୍ର ପାକିସ୍ତାନ କ୍ରିକେଟ ଦଳର ବର୍ତ୍ତମାନର...

ପନ୍ତଙ୍କୁ ନିଜର ‘ଗୁରୁ’ ମାନିଲେ ଶାମି, ଦେଲେ ବଡ଼ ବୟାନ 

ନୂଆଦିଲ୍ଲୀ,୨୨।୧୦: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମୀ ବର୍ତ୍ତମାନ ଆହତ ସମସ୍ୟାକୁ ନେଇ ଏନ୍‌ସିଏରେ ଅଛନ୍ତି। ଦିନିକିଆ ବିଶ୍ୱକପ୍‌ ୨୦୨୩ ପରେ ସେ ମଇଦାନକୁ...

ଓ୍ବାର୍ନରଙ୍କ ବଡ଼ ଘୋଷଣା, ଭାରତକୁ ହରାଇବା ଲାଗି ସନ୍ନ୍ୟାସରୁ ନେଇପାରନ୍ତି ୟୁ-ଟର୍ନ

ନୂଆଦିଲ୍ଲୀ,୨୨।୧୦: ପ୍ରାୟ ମାସକ ପରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଖେଳାଯିବ। ୧୦ ବର୍ଷ ଧରି ପରାଜିତ ହୋଇ...

ଭାରତକୁ ବଡ଼ ଝଟ୍‌କା: କମନୱେଲଥ ଗେମ୍ସରୁ ଏହି ୫ ଖେଳକୁ ଦିଆଗଲା ବାଦ୍‌

ଗ୍ଲାସ୍‌ଗୋ,୨୨ା୧୦: କମନୱେଲଥ ଗେମ୍ସରେ ଭାରତର ପଦକ ସମ୍ଭାବନାକୁ ଏକ ବଡ଼ ଝଟ୍‌କା ଲାଗିଛି। ଆୟୋଜକ ସହର ଗ୍ଲାସ୍‌ଗୋ ୨୦୨୬ ସଂସ୍କରଣରୁ କ୍ରିକେଟ, ହକି, ବ୍ୟାଡମିଣ୍ଟନ, ରେସଲିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri