Categories: ଖେଳ

ଭାରତକୁ ଝଟକା, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମେଡିକାଲ ରିପୋର୍ଟ ଶେୟାର କରି ଜାଣନ୍ତୁ କ’ଣ କହିଲା ବିସିସିଆଇ

ନୂଆଦିଲ୍ଲୀ,୨୦।୧୦: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଛନ୍ତି। ପୁଣେରେ ବାଂଲାଦେଶ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ସେ ଆହତ ହୋଇଥିଲେ। ତେବେ ବିସିସିଆଇ ପାଣ୍ଡ୍ୟାଙ୍କ ଡାକ୍ତରୀ ରିପୋର୍ଟ ପ୍ରକାଶ କରିଛି। ବିସିସିଆଇ କହିଛି, ଧର୍ମଶାଳାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ହାର୍ଦ୍ଦିକ ଭାରତ ପାଇଁ ଖେଳି ପାରିବେ ନାହିଁ। ୨୦୨୩ ବିଶ୍ୱକପ ସମୟରେ ପାଣ୍ଡ୍ୟାଙ୍କ ଆଘାତ ଭାରତ ପାଇଁ ଏକ ବଡ ଝଟକା।

ବିସିସିଆଇ ଏହାର ୱେବସାଇଟ ମାଧ୍ୟମରେ ପାଣ୍ଡ୍ୟାଙ୍କ ବିଷୟରେ ସୂଚନା ଦେଇଛି। ବିସିସିଆଇ ନିଜ ୱେବସାଇଟରେ ଲେଖିଛି ଯେ, ବାଂଲାଦେଶ ବିପକ୍ଷ ମ୍ୟାଚରେ ଭାରତୀୟ ଦଳର ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଛନ୍ତି। ତାଙ୍କ ବାମ ଗୋଡରେ ଆଘାତ ଲାଗିଛି। ସ୍କାନ କରାଯାଇଛି ଏବଂ ଡାକ୍ତର ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ସେ ବିସିସିଆଇ ମେଡିକାଲ ଦଳର ତତ୍ତ୍ୱାବଧାନରେ ଅଛନ୍ତି। ୨୦ ଅକ୍ଟୋବରରେ ଟିମ ଇଣ୍ଡିଆ ସହିତ ହାର୍ଦ୍ଦିକ ଧର୍ମଶାଳା ଯିବେ ନାହିଁ। ସେ ଇଂଲଣ୍ଡ ବିପକ୍ଷ ମ୍ୟାଚ ପାଇଁ ସିଧାସଳଖ ଲକ୍ଷ୍ନୌରେ ଯୋଗଦେବେ।

Share