Categories: ଖେଳ

ପୁଣିଥରେ ବିବାହ କରିବେ ହାର୍ଦ୍ଦିକ ପାଣ୍ଡ୍ୟା

ମୁମ୍ବାଇ,୧୩।୨:ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ତଥା ଭାରତୀୟ ଯୁବ କ୍ରିକେଟ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି। ସେ ନିଜ ବିବାହ ପାଇଁ ଉଦୟପୁରକୁ ବାଛିଛନ୍ତି। ଭାଲେଣ୍ଟାଇନ୍ସ ଡେ’ର ବିଶେଷ ଉତ୍ସବରେ ପାଣ୍ଡ୍ୟା ଏବଂ ନତାଶା ବିବାହ ବନ୍ଧନରେ ବାନ୍ଧିବାକୁ ଯାଉଛନ୍ତି। ଅନେକ ହଲିଉଡ, ବଲିଉଡ ତାରକା ଏବଂ କ୍ରିକେଟର ଏହି ବିବାହରେ ଯୋଗ ଦେବେ।
ହାର୍ଦ୍ଦିକ ପାଣ୍ଡ୍ୟା ମେ ୩୧ ୨୦୨୦ରେ ମୁମ୍ବାଇରେ ବଲିଉଡ ଅଭିନେତ୍ରୀ ନତାଶା ଷ୍ଟାନକୋଭିକଙ୍କ ସହ କୋର୍ଟ ବିବାହ କରିଥିଲେ। ଗୋଟିଏ ବର୍ଷ ପରେ ସେମାନଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। କରୋନା ଅବଧିରେ, କେବଳ ପରିବାର ସଦସ୍ୟ ସେମାନଙ୍କ କୋର୍ଟ ବିବାହରେ ଯୋଗ ନେବାକୁ ସକ୍ଷମ ହୋଇଥିଲେ। ବର୍ତ୍ତମାନ ସେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିବାକୁ ଚାହୁଁଛନ୍ତି। ତେଣୁ ପ୍ରସିଦ୍ଧ ସହର ଉଦୟପୁରର ଏକ ରିସୋର୍ଟରେ ଦୁହେଁ ବିବାହ କରିବେ ବୋଲି ଜଣାପଡିଛି। ସେମାନଙ୍କର ବିବାହ କାର୍ଯ୍ୟକ୍ରମ ଫେବୃଆରୀ ୧୩ ରୁ ଆରମ୍ଭ ହେବ, ଯାହା ଫେବୃଆରୀ ୧୬ ପର୍ଯ୍ୟନ୍ତ ଚାଲିବ। ହଳଦୀ, ମେହେନ୍ଦି ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ରହିବ। ୧୪ ଫେବୃଆରୀରେ ଦୁହେଁ ବିବାହ କରିବେ।

Share