ପୁଣି ପ୍ରେମରେ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୂର୍ବତନ ସ୍ତ୍ରୀ, ଜାଣନ୍ତୁ ତାଙ୍କ ବୟଫ୍ରେଣ୍ଡ୍ କିଏ

ମୁମ୍ବାଇ,୩୦/୧୦:ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୂର୍ବତନ ପତ୍ନୀ ନତାଶା ଷ୍ଟାନକୋଭିକ୍ ଆଜିକାଲି ଖୁବ୍ ଚର୍ଚ୍ଚାରେ ଅଛନ୍ତି। କେତେବେଳେ ତାଙ୍କ ମ୍ୟୁଜିକ୍ ଭିଡିଓ ପାଇଁ ତ କେତେବେଳେ ଲୁକ୍ କାରଣରୁ ସେ ଆଲୋଚନାରେ ରହୁଛନ୍ତି। ନିକଟରେ ପ୍ରଯୋଜକ ନିଖିଲ ଦ୍ୱିବେଦୀ ଏକ ଦୀପାବଳି ପାର୍ଟିର ଆୟୋଜନ କରିଥିଲେ, ଯେଉଁଥିରେ ସମସ୍ତ ତାରକା ଯୋଗ ଦେଇଥିଲେ।

 

ପାର୍ଟିରେ ନତାଶାଙ୍କୁ ତାଙ୍କ ଘନିଷ୍ଠ ବନ୍ଧୁ ଆଲେକ୍ଜାଣ୍ଡର ଆଲେକ୍ସଙ୍କ ସହ ଦେଖିବାକୁ ମିଳିଥିଲା। ଦୁହିଁଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାଏ । ଆଲେକଜାଣ୍ଡର ଏକ ଗୋଲ୍ଡେନ୍ ରଙ୍ଗର କୁର୍ତା ସେଟ୍ ରେ ନଜର ଆସିଥିଲେ।

 

ନତାଶା କଳା ଏବଂ ଗୋଲ୍ଡେନ ରଙ୍ଗର ଏକ ସୁନ୍ଦର ଶାଢୀ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ହାଲକା ମେକଅପ୍ ସହିତ ନତାଶା ପୂରା ଲୁକରେ ବହୁତ ସୁନ୍ଦର ଦେଖାଯାଉଥିଲେ। ସେ ତାଙ୍କ କ୍ଲାସି ଏବଂ ଚମତ୍କାର ଲୁକରେ ଚମକି ଉଠିଥିଲେ ।

 

ନତାଶା ଷ୍ଟାନକୋଭିକ୍ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି । ସେ ୨୦୨୦ରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିବାହ କରିଥିଲେ। ହାର୍ଦ୍ଦିକଙ୍କ ସହ ନତାଶାଙ୍କ ବିବାହକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା । ଦୁହେଁ ଏକ ପୁଅ ଅଗସ୍ତ୍ୟଙ୍କର ପିତାମାତା ଅଟନ୍ତି । ହେଲେ ସେମାନେ ଛାଡ଼ପତ୍ର ଘୋଷଣା କରିଛନ୍ତି। ଛାଡ଼ପତ୍ର ଘୋଷଣା ପୂର୍ବରୁ ନତାଶା ସର୍ବିଆସ୍ଥିତ ନିଜ ଘରକୁ ଚାଲି ଯାଇଥିଲେ। ହେଲେ ଏବେ ସେ ଭାରତ ଫେରିଛନ୍ତି। ନତାଶାଙ୍କ ପାଖରେ ପୁଅ ଅଗସ୍ତ୍ୟ ଏବେ ରହୁଛନ୍ତି।

 

ହାର୍ଦ୍ଦିକଙ୍କଠାରୁ ଅଲଗା ହେବା ପରେ ନତାଶା ଆଲେକଜାଣ୍ଡର ଆଲେକ୍ସଙ୍କ ସହ ନଜର ଆସୁଛନ୍ତି । ଦୁହିଁଙ୍କ ଲିଙ୍କଅପ୍ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଦୁହେଁ ଏ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୮ ହଜାର ଟଙ୍କାରୁ ଅଧିକ ବିଦ୍ୟୁତ ବିଲ ଆସୁଥିଲେ କଟିଯିବ ପେନସନ

ଜୟପୁର,୧୪।୪: ରାଜସ୍ଥାନ ସରକାର ଏକ ବଡ଼ ଏବଂ ବହୁଚର୍ଚ୍ଚିତ ନିଷ୍ପତ୍ତି ନେବାକୁ ଯାଉଛନ୍ତି, ଯାହା ଦ୍ୱାରା ହଜାର ହଜାର ପେନସନଭୋଗୀଙ୍କ ନିଦ ହଜାଇପାରେ। ଏବେ ବାର୍ଷିକ...

ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ

ନୂଆପଡ଼ା,୧୪ା୪ (ମକାରୁ ବେମାଲ) ଓଡ଼ିଆ ପକ୍ଷ ପାଳନର ସୋମବାର ଶେଷ ଦିନରେ ନୂଆପଡା ଜିଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ସୋମବାର ନିଆରା ଢଙ୍ଗରେ ଓଡ଼ିଆ ନବବର୍ଷ ପାଳିତ...

ବି. ଆର୍‌. ଆମ୍ବେଡକରଙ୍କ ଜୟନ୍ତୀ ପାଳିତ

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଉନ ହଲରେ ସୋମବାର ସନ୍ଧ୍ୟାରେ ଭାରତ ରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଡକରଙ୍କ  ଜୟନ୍ତୀ ପାଳିତ ହୋଇଯାଇଛି।...

ହନୁମାନ ଜୟନ୍ତୀରେ ଖଣ୍ଡା ବୁଲାଇଲେ ବିଧାୟକ: ଚାରିଆଡ଼େ ଚର୍ଚ୍ଚା

ବରଗଡ଼, ୧୪।୪(ପ୍ରେମାନନ୍ଦ ଖମାରୀ): ସୋମବାର ସନ୍ଧ୍ୟାରେ ବରଗଡ଼ ସହରରେ ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ହୋଇଥିଲା। ସ୍ଥାନୀୟ ସମଲେଶ୍ବରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ଶୋଭାଯାତ୍ରା ବାହାରି...

ହନୁମାନ ଓ କରମସାନି ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ସୁକୁଡା ଗ୍ରାମରେ ନବର୍ନିମିତ ହନୁମାନ ମନ୍ଦିର ଓ କରମସାନି ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଆରମ୍ଭ ହୋଇଛି।...

ଶିଶୁ ସାହିତ୍ୟ ସଂସଦର କବିତା ପାଠୋତ୍ସବ

ବରଗଡ଼,୧୪।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଭାରତୀ ଶିଶୁ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଓଡ଼ିଶାର ବରପୁତ୍ରମାନଙ୍କ ସ୍ମୃତିଚାରଣ ଉଦ୍ଦେଶ୍ୟରେ ଏକ କବିତା ପାଠୋତ୍ସବ...

ଏଣିକି ନିଜ ଲଢ଼େଇ ଲଢ଼ିବେ ଛାତ୍ରୀ

ବରଗଡ଼, ୧୪।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ପଞ୍ଚାୟତ ମହାବିଦ୍ୟାଳୟରେ ୮ଦିନ ବ୍ୟାପୀ ଚାଲିଥିବା ଛାତ୍ରୀମାନଙ୍କ ନିମିତ୍ତ ଉଦ୍ଦିଷ୍ଟ ଆତ୍ମରକ୍ଷା ତାଲିମ ଶିବିର  ଉଦ୍‌ଯାପିତ ହୋଇଯାଇଛି। ପ୍ରଶିକ୍ଷିକା ଜ୍ୟୋତ୍ସ୍ନା...

ଅକ୍ଷର ପଟେଲଙ୍କୁ ୧୨ଲକ୍ଷ ଜରିମାନା

ନୂଆଦିଲ୍ଲୀ, ୧୪ା୪: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଆଇପିଏଲ୍‌ ଗେମ୍‌ରେ ସ୍ଲୋ ଓଭର ରେଟ୍‌ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଅକ୍ଷର ପଟେଲକଙ୍କୁ ୧୨ ଲକ୍ଷ ଟଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image