Categories: ଖେଳ

‘ଯେତେବେଳେ ମତେ କାନ୍ଦିବାର ଥିଲା କାନ୍ଦିଲି ନାହିଁ…’, ଛାଡ଼ପତ୍ର ପରେ ଭାଇରାଲ ହେଲା ପାଣ୍ଡ୍ୟାଙ୍କ ଭିଡିଓ

ମୁମ଼୍ବାଇ, ୧୯।୭: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ମଡେଲ ନତାଶା ଷ୍ଟେନକୋଭିକ୍‌ଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିବା ଏକ ପ୍ରକାର ସ୍ପଷ୍ଟ ହେଉଛି । ଗତକାଲି ଅର୍ଥାତ ଗୁରୁବାର ଦୁହେଁ ଏନେଇ ନିଜ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି । ୪ ବର୍ଷର ସଂପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଦୁହିଁଙ୍କ ସହମତିରେ ଏହି ଛାଡ଼ପତ୍ର ହୋଇଛି । ଏହାରି ମଧ୍ୟରେ ନତାଶା ଟ୍ରୋଲ ହେଉଥିବା ବେଳେ ହାର୍ଦ୍ଦିକଙ୍କ ଏକ ପୁରୁଣା ଭିଡିଓ ଏବେ ଭାଇରାଲ ହୋଇଛି । ଯେଉଁଥିରେ ସେ ଇମୋଶନାଲର ସହ ତାଙ୍କର ହୃଦୟର କଥା ପ୍ରକାଶ କରୁଛନ୍ତି ।

ଏହି ଭିଡିଓଟି ହାର୍ଦ୍ଦିକଙ୍କର ବିଶ଼୍ବକପ୍‌ ବିଜୟ ପରର ବୋଲି ଜଣାପଡ଼ିଛି । ଯେଉଁଥିରେ ହାର୍ଦ୍ଦିକ ବହୁତ ଇମୋଶନାଲ ଦେଖାଯାଉଛନ୍ତି । ଭିଡିଓରେ ହାର୍ଦ୍ଦିକ ଇସାରା-ଇସାରାରେ ବହୁତ କିଛି କହୁଥିବାର ନଜର ଆସିଛନ୍ତି। ଗତ ୬ ମାସ ମଧ୍ୟରେ ମୋ କଣ ହୋଇଛି କଣ ହୋଇନି ତାହାକୁ ମୁଁ କଣ୍ଟ୍ରୋଲ କରିଛି । ଏହି ସମୟରେ ଯେତେବେଳେ ମତେ କାନ୍ଦିବାର ଥିଲା ସେତେବେଳେ ମୁଁ କାନ୍ଦିନଥିଲି । ମୋତେ ଏହା ଲୋକଙ୍କୁ ଦେଖାଇବାର ନଥିଲା । ଯେଉଁ ଲୋକମାନେ ମୋର କଷ୍ଟଦାୟକ ସମୟକୁ ନେଇ ଖୁସି ଥିଲେ, ମୋତେ ସେମାନଙ୍କୁ ଆଉ ଅଧିକ ଖୁସି ଦେବା ଦରକାର ନଥିଲା ଏବଂ ମୁଁ ସେମାନଙ୍କୁ କେବେବି ଏହା ଦେବି ନାହିଁ ବୋଲି ସେ ଏହି ଭିଡିଓରେ କହୁଛନ୍ତି ।

Share