Categories: ଜାତୀୟ

ଭାଜପା ନୀତିକୁ ହାର୍ଦ୍ଦିକ ପଟେଲଙ୍କ ପ୍ରଶଂସା

ଅହମଦାବାଦ,୨୨।୪: ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ହାର୍ଦ୍ଦିକ ପଟେଲ ଶୁକ୍ରବାର ଖୋଲାଖୋଲି ଭାବେ ଭାଜପା ନୀତିକୁ ପ୍ରଶଂସା କରିବା ସହ ସେ ଜଣେ ହିନ୍ଦୁତ୍ୱ ନେତା ବୋଲି କହିଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ, ରାମ ମନ୍ଦିର ନିର୍ମାଣ ଭଳି ଭାଜପାର ଭଲ କାର୍ଯ୍ୟକୁ ପ୍ରଶଂସା କରଯିବା ଉଚିତ ବୋଲି ହାର୍ଦ୍ଦିକ କହିବା ସହ କଂଗ୍ରେସର ରାଜ୍ୟ ନେତୃତ୍ୱକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ତାଙ୍କର ଏଭଳି ମନ୍ତବ୍ୟକୁ ଭାଜପା ରାଜ୍ୟ ସଭାପତି ସି.ଆର୍‌. ପାଟିଲ ପ୍ରଶଂସା କରିବା ସହ ତାଙ୍କ ପାଇଁ ସବୁ ଦ୍ୱାର ଖୋଲା ରହିଛି ବୋଲି କହିଛନ୍ତି।

Share