Categories: ଜାତୀୟ

ଜୁନ ୨ରେ ଭାଜପା ହାତ ଧରିବେ ହାର୍ଦ୍ଦିକ, ନିକଟରେ କଂଗ୍ରେସରୁ ଦେଇଥିଲେ ଇସ୍ତଫା

ଅହମଦାବାଦ,୩୧ ।୫: ଗୁଜରାଟର ପାଟିଦାର ସମ୍ପ୍ରଦାୟରୁ ଆସିଥିବା ହାର୍ଦ୍ଦିକ ପଟେଲ ଖୁବଶୀଘ୍ର ଭାରତୀୟ ଜନତା ପାର୍ଟି(ଭଜପା)ରେ ଯୋଗ ଦେବାକୁ ଯାଉଛନ୍ତି । ସେ ଜୁନ ୨ରେ ଭାଜପାରେ ସାମିଲ ହେବେ ବୋଲି ସୂଚନା ମିଳିଛି । ନିକଟରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ ଭାଜପାରେ ଯୋଗ ଦେବେ ବୋଲି ଅନୁମାନ କରାଯାଉଥିଲା ।

ଏବେ ମିଳିଥବା ସୂଚନା ଅନୁଯାୟୀ, ହାର୍ଦ୍ଦିକ ଜୁନ ୨ରେ ରାଜଧାନୀ ଗାନ୍ଧିନଗର ସ୍ଥିତ ଭାଜପା କାର୍ଯ୍ୟାଳୟର ସଦସ୍ୟତା ଗ୍ରହଣ କରିବେ । ଭାଜପାର ଗୁଜରାଟ ମଣ୍ଡଳର ଅଧ୍ୟକ୍ଷ ସିଆର ପାଟିଲଙ୍କ ଉପସ୍ଥିତିରେ ସେ ଦଳର ସଦସ୍ୟତା ଗ୍ରହଣ କରିବେ । ଏହାସହ ହାର୍ଦ୍ଦିକଙ୍କ ସମେତ ୧୫ ହଜାର କର୍ମୀ ବି ଭାଜପାରେ ସାମିଲ ହେବେ ।
ଗତ ସପ୍ତାହରେ ହାର୍ଦ୍ଦିକ ଭାଜପା ଟିକେଟରୁ ଗୁଜରାଟ ବିଧାନସଭା ନିର୍ବାଚନ ଲଢିବେ ବୋଲି ବି ସଙ୍କେତ ଦେଇଛନ୍ତି । ମେ’ ୧୮ରେ ହାର୍ଦ୍ଦିକ କଂଗ୍ରେସ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ସହ ପ୍ରାଥମିକ ସଦସ୍ୟତାରୁ ବି ଇସ୍ତଫା ଦେଇଥିଲେ । କଂଗ୍ରେସରୁ ଇସ୍ତଫା ଦେବା ପରେ ସେ କହିଥିଲେ, ମୁଁ ସାହାସ କରି କଂଗ୍ରେସ ଦଳର ପଦ ଓ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି । ଏହାକୁ ନେଇ ସେ କହିଥିଲେ ମୋର ଏହି ନିଷ୍ପତ୍ତିକୁ ଗୁଜରାଟବାସୀ ନିଶ୍ଚିିତ ରୂପେ ସ୍ୱାଗତ କରିବେ । ଆଉ ମୁଁ ଭବିଷ୍ୟତରେ ଗୁଜରାଟ ପାଇଁ ସକରାତ୍ମକ ଭାବେ କାମ କରିପାରିବି ।

Share