ଡେଟ୍‌ କରୁଛନ୍ତି ପରିଣୀତି!

ବମ୍ବେ: ଡେଟ୍‌ କରୁଛନ୍ତି ପରିଣୀତି। ଲୋକପ୍ରିୟ ଗାୟକ ହାର୍ଡି ସାନ୍ଧୁଙ୍କ ସହ ତାଙ୍କୁ ଏକାଠି ଦେଖାଯିବା ପରେ କିଛି ଏଭଳି ଚର୍ଚ୍ଚା ଏବେ ବଢ଼ିବାରେ ଲାଗିଛି। କିଛି ଏହାକୁ ଗୁଜବ କହୁଥିବା ବେଳେ କିଛି ନୂଆ ଯୋଡ଼ିଙ୍କୁ ଶୁଭକାମନା ଜଣାଉଛନ୍ତି। ସେ ଯାହା ବି ହେଉ ଠିକ୍‌ କ’ଣ ଆଉ ଭୁଲ କ’ଣ ତାହା ଆସନ୍ତା ସମୟ ହିଁ କହିବ।

ହାର୍ଡିଙ୍କ ବିଷୟରେ କଥା ହେଲେ ସେ ପଞ୍ଜାବୀ ସିନେମାଜଗତରେ କିମିଆଁ କରୁଛନ୍ତି। ଲକ୍ଷ ଲକ୍ଷ ପ୍ରଶଂସକ ତାଙ୍କ ଗୀତକୁ ପସନ୍ଦ କରୁଛନ୍ତି। ବିଗତ ଦିନରେ ତାଙ୍କ ନାମ ନୋରା ଫତେହୀଙ୍କ ସହ ଯୋଡ଼ା ଯାଇଥିଲା। ହେଲେ ଉଭୟ ଏନେଇ ପଚରାଯିବାରେ ଚୁପ୍‌ ରହିଥିଲେ।

Share