ସୋରଡା,୩। ୪( ଲମ୍ବୋଦର ପାଣିଗ୍ରାହୀ): କଂଗ୍ରେସ ବ୍ଲକ ସଭାପତି ହରି କୃଷ୍ଣ ରଥଙ୍କୁ ମଙ୍ଗଳବାର ସୋରଡା ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଛି। ଏନେଇ କଂଗ୍ରେସ ମହଲ ଉଲ୍ଲାସିତ ହୋଇ ଉଠିଛି । ଘୋଷଣା ପରେ ସମର୍ଥକମାନେ କୃଷ୍ଣ ରଥଙ୍କ ବଡଗଡ ବାସଭବନ ସମ୍ମୁଖରେ ମିଠା ବଣ୍ଟନ କରିଛନ୍ତି । ଜଣେ ଯୁବ ନେତା ଭାବେ ଏଠାରେ ସେ ଦୀର୍ଘ ବର୍ଷ ହେଲା କଂଗ୍ରେସର ସଂଗଠନ ,ଦଳୀୟ ସଭା ,କେନ୍ଦ୍ରର ନୀତି ବିରୋଧୀ ସଭା ସହ ପ୍ରତି ଗ୍ରାମକୁ ଯାଇ ଲୋକସମ୍ପର୍କ ଅଭିଯାନ ଚଳାଇ ଆସୁଛନ୍ତି । ଏଠାରେ କଂଗ୍ରେସର ସ୍ଥିତିକୁ ବଜାୟ ରଖିବାକୁ ଅହରହ ଉଦ୍ୟମ କରି ଆସୁଥିବା ବେଳେ ତାଙ୍କୁ ଏଠାରେ ଦଳ ଆସ୍ଥା ପ୍ରକଟ କରିଥିବାରୁ ସେ ରାଜ୍ୟ ସଭାପତି ଶରତ ପଟନାୟକ ,ସାନଖେମୁଣ୍ଡି ବିଧାୟକ ରମେଶ ଜେନା,ବରିଷ୍ଠ ନେତା ପ୍ରକାଶ ପାତ୍ର ,ବିଜୟ ପ୍ରଧାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।
Posted inଆମ ଜିଲା ଖବର, ଗଞ୍ଜାମ, ରାଜ୍ୟ