Categories: ଜାତୀୟ

ଉପବାସ ଭାଙ୍ଗିଲେ ହରିବଂଶ

ନୂଆଦିଲ୍ଲୀ, ୨୩।୯: ରାଜ୍ୟ ସଭାରେ ୮ ଜଣ ଏମ୍‌ପିିଙ୍କ ଆଚରଣରେ ଅପମାନବୋଧ ମନେ କରିଥିବା ଉପ ବାଚସ୍ପତି ହରିବଂଶ ଦିନିକିଆ ଆତ୍ମଶୁଦ୍ଧି ଉପବାସ ମଙ୍ଗଳବାରଠାରୁ ଆରମ୍ଭ କରିଥିଲେ। ବୁଧବାର ସେ ଉପବାସ ଭଙ୍ଗ କରିଛନ୍ତି। ଜନତା ଦଳ(ୟୁ) ଏମ୍‌ପି ରାଜୀବ ରଞ୍ଜନ ସିଂ ହରିବଂଶଙ୍କ ହାତରୁ ଫଳ ରସ ଗ୍ରହଣ କରି ସେ ଉପବାସ ଭଙ୍ଗ କରିଛନ୍ତି। ରାଜ୍ୟ ସଭାରେ କୃଷି ବିଧେୟକକୁ ନେଇ ବିରୋଧୀ ଦଳ ଏମ୍‌ପି ରୁଲ୍‌ ବୁକ୍‌ ଚିରିବା ସହିତ ମାଇକ୍‌ ଭାଙ୍ଗି ଦେଇଥିଲେ। ସେମାନେ ହରିବଂଶଙ୍କୁ ଧମକ ଦେବା ସହିତ ତାଙ୍କ ଉପରକୁ କାଗଜ ଚିରି ଫିଙ୍ଗିଥିଲେ। ଏହି ଘଟଣାରେ ହରିବଂଶ ମର୍ମାହତ ହୋଇ ମନର ଶାନ୍ତି ପାଇଁ ଉପବାସ କରିବାକୁ ନିଷ୍ପତ୍ତି ନେଇଥିଲେ।

Share