Categories: ଜାତୀୟ

କୁମ୍ଭ ମେଳା ବନ୍ଦ ଘୋଷଣା କଲା ଜୁନା ଆଖଡ଼ା

ହରିଦ୍ୱାର, ୧୭।୪: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ହରିଦ୍ୱାର କୁମ୍ଭମେଳାକୁ କେବଳ ପ୍ରତୀକାତ୍ମକ ଭାବେ ପାଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନୁରୋଧ କରିଥିଲେ। ଏହାର କିଛି ସମୟ ପରେ ଦେଶର ଅନ୍ୟତମ ଶୀର୍ଷ ସନ୍ଥ ସ୍ବାମୀ ଅବଧେଶାନନ୍ଦ ଗିରି ଜୁନା ଆଖଡ଼ା ପାଇଁ କୁମ୍ଭ ମେଳା ଶେଷ ହେଲା ବୋଲି ଘୋଷଣା କରିଛନ୍ତି। ଉତ୍ସବ ଅପେକ୍ଷା ଲୋକଙ୍କ ସୁରକ୍ଷା ପ୍ରାଥମିକତା। ତେଣୁ ସବୁ ଦେବଦେବୀଙ୍କ ବିସର୍ଜନ କଲୁ ବୋଲି ସ୍ବାମୀ ଅବଧେଶାନନ୍ଦ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି।

Share