Advertisement

ଭକ୍ତିମୟ ପରିବେଶରେ ହରିହରାନନ୍ଦ ଅରଣ୍ୟା, ସତ୍‌ସଙ୍ଗରେ ସାମିଲ ହେଲେ ହଜାର ହଜାର ସାଧୁସନ୍ଥ

ପାଟଣା,୧୬ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସରାସକୋଲା ପଞ୍ଚାୟତ ତୁଳସୀପୁର ଗ୍ରାମରେ ରବିବାର ପ୍ରଜ୍ଞାନ ମିଶନ ତରଫରୁ ୭ ଏକରରୁ ଊଦ୍ଧର୍‌ବ ପରିମିତ ଜମିରେ ହରିହରାନନ୍ଦ ଅରଣ୍ୟା ଆଶ୍ରମ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି। ପ୍ରଜ୍ଞାନ ମିଶନର ମୁଖ୍ୟ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କ ଉପସ୍ଥିତିରେ ଆଶ୍ରମ ପ୍ରତିଷ୍ଠା ହୋଇଛି। ସନ୍ଧ୍ୟାରେ ପ୍ରଜ୍ଞାନାନନ୍ଦ ଦିବ୍ୟ ସତସଙ୍ଗ ରହିଛି। ପାଟଣା ମୁଖ୍ୟାଳୟ ଶିବନାରାୟଣପୁର ବାସିନ୍ଦା ବିବେକାନନ୍ଦ ଦାଶ ଓ ସ୍ତ୍ରୀ ସପ୍ନାରାଣୀ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଶ୍ରମ ପ୍ରତିଷ୍ଠା ହୋଇଛି। ଏଥିପାଇଁ ଭକ୍ତିମୟ ପରିବେଶରେ ପଣ୍ଡିତ ଆଲଖ୍ୟ ଚନ୍ଦ୍ର ତ୍ରିପାଠୀ, ସୁଶାନ୍ତ ଶେଖର ଦାଶ, ନିରଞ୍ଜନ କର ଯଜ୍ଞ ଅନୁଷ୍ଠାନ କରି ଆଶ୍ରମ ପ୍ରତିଷ୍ଠା କରିଥିବା ବେଳେ କର୍ତ୍ତା ଭାବେ ସୁବ୍ରତ କୁମାର ଦାଶ ସହଧର୍ମିଣୀ ମୋନାଲିସା ଦାଶ ଦେବ ନୀତି ସମ୍ପାଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୁରୀ କାଳୀ ଘାଇ ହରିହରାନନ୍ଦ ଗୁରୁକୁଳ ଆଶ୍ରମର ସାଧୁ ସନ୍ଥଙ୍କ ସହ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ସାଧୁ ସନ୍ଥ ଓ ଭକ୍ତ ଯୋଗ ଦେଇଥିଲେ। ସନ୍ଧ୍ୟାରେ କେନ୍ଦୁଝର ନିତ୍ୟାନନ୍ଦ ବ୍ରହ୍ମାନନ୍ଦ ସ୍ବାମୀଙ୍କ ଦ୍ୱାରା ଭଜନ ପରିବେଷଣ ହୋଇଥିଲା। ହଜାର ହଜାର ଶ୍ରଦ୍ଧାଳୁ ସତ୍‌ସଙ୍ଗ ଓ ଭଜନ ଶ୍ରବଣ କରିଥିଲେ। ସୋମବାର ସକାଳ ୭ଟାରେ କ୍ରିୟା ଯୋଗ ଦୀକ୍ଷା ଗ୍ରହଣ ବ୍ୟବସ୍ଥା ରହିଛି। ଶ୍ରଦ୍ଧାଳୁ ଓ ଆଧ୍ୟାତ୍ମିକବାଦୀ ବିପୁଳ ସଂଖ୍ୟାରେ ଯୋଗ ଦେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel