ସୋରଡ଼ା,୩ା୪(ଲମ୍ବୋଦର ପାଣିଗ୍ରାହୀ): କଂଗ୍ରେସର ସୋରଡ଼ାରୁ ବିଧାୟକ ପ୍ରାର୍ଥୀ ଭାବେ ଦଳର ବ୍ଲକ ସଭାପତି ହରିକୃଷ୍ଣ ରଥଙ୍କୁ ମଙ୍ଗଳବାର ବିଧାୟକ ପ୍ରାର୍ଥୀ ଭାବେ ଦଳ ତରଫରୁ ଘୋଷଣା କରିବା ପରେ କଂଗ୍ରେସ ମହଲ ଉଲ୍ଲସିତ ହୋଇଉଠିଛି। ଘୋଷଣା ପରେ ସମର୍ଥକମାନେ ରଥଙ୍କ ବଡ଼ଗଡ଼ ବାସଭବନ ସମୁଖରେ ମିଠା ବଣ୍ଟନ କରିଛନ୍ତି। ଜଣେ ଯୁବ ନେତା ଭାବେ ଏଠାରେ ସେ ଦୀର୍ଘ ବର୍ଷ ହେଲା କଂଗ୍ରେସର ସଂଗଠନ,ଦଳୀୟ ସଭା,କେନ୍ଦ୍ରର ନୀତି ବିରୋଧୀ ସଭା ସହ ପ୍ରତି ଗ୍ରାମକୁ ଯାଇ ଲୋକସମ୍ପର୍କ ଅଭିଯାନ ଚଳାଇ ଆସୁଛନ୍ତି। ଏଠାରେ କଂଗ୍ରେସର ସ୍ଥିତିକୁ ବଜାୟ ରଖିବାକୁ ଅହରହ ଉଦ୍ୟମ କରି ଆସିଥିବା ବେଳେ ତାଙ୍କୁ ଏଠାରେ ଦଳ ଆସ୍ଥା ଭାଜନ କରିଥିବାରୁ ସେ ରାଜ୍ୟ ସଭାପତି ଶରତ ପଟ୍ଟନାୟକ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା,ବରିଷ୍ଠ ନେତା ପ୍ରକାଶ ପାତ୍ର, ବିଜୟ ପ୍ରଧାନଙ୍କୁ କୃତଜ୍ଞତା ଜଣାଇଛନ୍ତି।