ଓ୍ବାଶିଂଟନ,୪।୬: ଭାରତୀୟ ବଂଶୋଦ୍ଭବ ହରିନୀ ଲୋଗାନ ଚଳିତବର୍ଷର ‘ନ୍ୟାଶନାଲ ସ୍ପେଲିଙ୍ଗ୍ ବି’ ପ୍ରତିଯୋଗିତା ଜିତିଛନ୍ତି। ୯୦ ସେକେଣ୍ଡରେ ୨୧ଟି ଓ୍ବାର୍ଡର ସ୍ପେଲିଙ୍ଗ୍ କହି ସେ ଏହି ଟାଇଟଲ୍ର ଅଧିକାରୀ ହୋଇଛନ୍ତି। ହରିନି ଟେକ୍ସାସ୍ରେ ଅଷ୍ଟମ ଶ୍ରେଣୀରେ ପାଠପଢ଼ନ୍ତି। ପ୍ରତିଯୋଗିତାରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଥିଲେ ଆଉଜଣେ ଭାରତୀୟ ବଂଶୋଦ୍ଭବ ବିକ୍ରମ ରାଜ। ସେ ଡେନ୍ଭରରେ ୭ମ ଶ୍ରେଣୀର ଛାତ୍ର। ହରିନୀ ୨୧ଟି ଶବ୍ଦର ଠିକ୍ ସ୍ପେଲିଙ୍ଗ୍ କହିଥିବାବେଳେ ବିକ୍ରମ ମାତ୍ର ୧୫ଟି ଠିକ୍ ଉତ୍ତର ଦେଇଥିଲେ। ତେବେ ଆସନ୍ତା ବର୍ଷ ପୁଣି ପ୍ରତିଯୋଗିତାରେ ସାମିଲ ହେବା ସହ ବିଜୟୀ ହେବେ ବୋଲି ବିକ୍ରମ କହିଛନ୍ତି। ଗତବର୍ଷ ୧୪ ବର୍ଷର ଜାଇଲା ଅଭାଣ୍ଟଗାରଡେ ନ୍ୟାଶନାଲ ସ୍ପେଲିଙ୍ଗ୍ ବି ପ୍ରତିଯୋଗିତା ଜିତିଥିଲେ।